'ଏକ ପେଡ ମା କେ ନାମ' କାର୍ଯ୍ୟକ୍ରମ ; କୁନି କୁନି ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ, ପରିବେଶ ସଚେତନତା...
କଣ୍ଟାବାଞ୍ଜି,୧୧/୦୭(ନି.ପ୍ର) : ପରିବେଶର ସୁରକ୍ଷା ଓ ସବୁଜିମା ବୃଦ୍ଧିର ଲକ୍ଷ୍ୟ ନେଇ 'ଏକ ପେଡ ମା କେ ନାମ' କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯାଇଛି। ଏଥିରେ କଣ୍ଟାବାଞ୍ଜି ନିକଟ ସ୍ଥିତ ଲଷ୍ମୀ ବିକାଶ ଟେକ୍ନୋ ସ୍କୁଲର ଛାତ୍ରଛାତ୍ରୀ...
Ad..
ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ସଲହଣ୍ଡି ପଂଚାୟତ ସରପଞ୍ଚ ଜଗବନ୍ଧୁ ବେହେରା, କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନି ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଗୁରୁତ୍ୱ, ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ବନ ସଂରକ୍ଷଣ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଗଛ ରୋପଣ କରିବା ସହ ତାହାର ଯତ୍ନ ନେବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କୁ ଶପଥ ଦିଆଯାଇଥିଲା।
ବୃକ୍ଷ ହେଉଛି ଜୀବନର ଆଧାର। ଏକ ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ସୁରକ୍ଷା କରିବା ଉଚିତ ବୋଲି ସାମ୍ବାଦିକ ମୋହନ ବକ୍ତବ୍ୟ ପ୍ରକାଶ କରିଥିଲେ।
ଏହି ସଚେତନତା ଓ ବୃକ୍ଷରୋପଣ ପାଇଁ ସରପଞ୍ଚ ଶ୍ରୀ ବେହେରା ବିକାଶ ସ୍କୁଲ କୁ ଧନ୍ୟବାଦ ଦେବା ସହ କଣ୍ଟାବାଞ୍ଜି ବନ ବିଭାଗ କର୍ମଚାରୀଙ୍କ କୁଶଳ କାର୍ଯ୍ୟର ପ୍ରଶଂସା କରିଥିଲେ ଓ ପ୍ରତ୍ୟେକ ବିଦ୍ୟାଳୟରେ ଏହି ଭଳି କାର୍ଯ୍ୟକ୍ରମ ହେଲେ ଏହି ଯୁବ ପିଢ଼ି ଆହୁରି ସଚେତନ ହେବେ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ମିଳି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ସ୍କୁଲର ସୁଭମ, ଲଳିତ ,ଗଗନ , ସ୍ଵର୍ଣଲିକ ମେଦମ ଓ ବନ ବିଭାଗର ଫୋରେଷ୍ଟ ଗାର୍ଡ ସତାସ୍ୱନି ହେର୍ନା, ସବନମ ଫିର୍ଦୋଷ, କ୍ରାନ୍ତି ମାଝୀ ପ୍ରମୂଖ ସହଯୋଗ କରିଥିଲେ।
Edited by k.s thakur...


