ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକଥନ ୩.୦ ଉଦଯାପିତ...

ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକଥନ ୩.୦ ଉଦଯାପିତ...


ବରଗଡ଼,୨୦/୦୭(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକଥନ ୩.୦ ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଉଦଯାପିତ ହୋଇ ଯାଇଛି।

         Ad..


ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉଦଯାପନୀ ସମାରୋହ ରେ ବରଗଡ଼ ଉପ ଜିଲ୍ଲା ପାଳ ପ୍ରସନ୍ନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୟ କୁମାର ସୟ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। 

ଏହି ଅବସର ରେ  ଓ ଏ ଭି ଫିରୋଜପୁର ପ୍ରଥମ ସ୍ଥାନ ,ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ  କେଶେଇପାଲି ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ  ମନୋନୀତ ହୋଇଥିଲେ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅମୃତା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେପ୍ରଫେସର ଓ ବୁର୍ଲା ମେଟୋଲୋଜି ବିଭାଗ ମୁଖ୍ୟ ଡ ସୁଶାନ୍ତକୁମାର ବଡଜେନା ,ସମ୍ମାନିତ ଅତିଥି ଭାବେ ବରଗଡ଼ ବିଇଓ ଜିତେନ୍ଦ୍ର ସେଟ୍...

ସହକାରୀ ପ୍ରଫେସର ଜୟନ୍ତ କୁମାର ସାହୁ, ପ୍ରଫେସର ଡ କିଶୋର କୁମାର ନାଏକ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ରେ ଅପୂର୍ବ ସୁଯୋଗ ରହିଛି ତାର ଉପଯୋଗ ଦରକାର ବୋଲି ଉଲ୍ଲେଖ କରିଥିଲେ।

ଏହି ଅବସର ରେ ବରଗଡ଼ ଜିଲ୍ଲା  ସରକଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ   ଟିକେଶ୍ୱରୀ ଭୂଏ ଙ୍କ ଦ୍ଵାରା ଜାପାନ ର ସାକୁରା ଠାରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବାରୁ ତାଙ୍କୁ ଏବଂ ତାଙ୍କ ଗାଇଡ ଶିକ୍ଷକ ହରି ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଗଡତିଆ ସଂଯୋଜନା କରିଥିଲେ ।ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନା ରେ ବିଜ୍ଞାନ କେନ୍ଦ୍ର ର ସମସ୍ତ କର୍ମଚାରି ବୃନ୍ଦ ଙ୍କ ସମେତ ଶିକ୍ଷକ ସଦାନନ୍ଦ ଜାଲ ପରିତୋଷ ବେହେରା,ହେମ ସାଗର ସା ପ୍ରମୁଖ ସହଯୋଗ କରିଥିଲେ।

ପ୍ରାରମ୍ଭରେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ତରାକନା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼ ମନୋଜ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post