ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁରେ ମାମଲା ରୁଜୁ...

ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁରେ ମାମଲା ରୁଜୁ...


ଭୁବନେଶ୍ଵର,୧୨/୦୭(ନି.ପ୍ର) : ଟ୍ରକ୍ ମାଲିକ ସଂଘର ୮୦ କୋଟିରୁ ଅଧିକ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁରେ ରାୟଗଡା ପୋଲିସ ମାମଲା ରୁଜୁ କରିଛି। 

      Ad..


ଟ୍ରକ୍ ୟୁନିଅନ୍‌ ସଭାପତି ଓ୍ୱାଇ. ଭେଙ୍କେଟ ରାଓଙ୍କ ଅଭିଯୋଗ ଆଧାରେ ଏହି ମାମଲା ରୁଜୁ ହୋଇଛି।ଅଭିଯୋଗକାରୀଙ୍କ କହିବା ଅନୁସାରେ, ଟ୍ରକ୍ ମାଲିକ ସଂଘର ବିପୁଳ ପରିମାଣର ଅର୍ଥ ଅନିୟମିତ ଭାବେ ହେରଫେର ହୋଇଛି। 

ସୂଚନାଯୋଗ୍ୟ, ୨୦୨୩ ମସିହାରେ ଏନ୍. ଭାସ୍କର ରାଓଙ୍କ ନାଁରେ ପ୍ରଥମେ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



Edited by k.s thakur...

Post a Comment

Previous Post Next Post