ବସ୍-କାର ମୁହାଁମୁହିଁ ଧକ୍କା: ତିନି ଗୁରୁତର, ଜଣେ ଆହତ...

ବସ୍-କାର ମୁହାଁମୁହିଁ ଧକ୍କା: ତିନି ଗୁରୁତର, ଜଣେ ଆହତ...


ଢେଙ୍କାନାଳ,୧୪/୦୭(ନି.ପ୍ର): ଢେଙ୍କାନାଳଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ-ହରିପୁର ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି। 

         Ad..


ସମସ୍ତଙ୍କୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।ଖୁସି ନାମକ ବସ୍ ଟି କଟକରୁ ପାଲଲହଡ଼ା ଯାଉଥିଲା। କାରଟି କପିଳାସରୁ ଟାଙ୍ଗି ରାସ୍ତା ଆଡ଼କୁ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। 

ଦୁର୍ଘଟଣା ବହୁତ ଭୟଙ୍କର ଥିଲା। ଏଥିରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ବସ୍ ର କିଛି ଅଂଶ ମଧ୍ୟ ଭାଙ୍ଗିଥିବା ଜଣାପଡିଛି।



Edited by k.s thakur...

Post a Comment

Previous Post Next Post