ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ...

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ...


କଣ୍ଟାବାଞ୍ଜି,୦୧/୦୬(ନି.ପ୍ର) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଓ ନିର୍ଝରିଣୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି।

Ad..



ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସମାଜସେବୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା।ସମସ୍ତେ ପ୍ଳାକାର୍ଡ ଧରି ବିଭିନ୍ନ ଶ୍ଳୋଗାନ ଦେଇଥିଲେ।

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ, ଗାୟତ୍ରୀ ପରିବାରର ସଭ୍ୟ ଅଜୟ ଅଗ୍ରୱାଲ, ନୀଳେନ୍ଦୁ ବେହେରା ନିଶାମୁକ୍ତ ସମାଜ ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମସ୍ତେ ପରିଶେଷରେ ନିଶା ନକରିବାପାଇଁ ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଥମିର ଛତ୍ରିଆ,କିଶୋର ବରିହା, ଗଣେଶ ସୋନୀ,ନୀରଜ ଅଗ୍ରୱାଲ, ସୂର୍ଯ୍ୟ ନାରାୟଣ ବେହେରା, ଶ୍ରୀକାନ୍ତ ବେହେରା, ଶଶୀଧର ନିଆଲ,ରାଏସିଂ ମାଝୀ ସହଯୋଗ କରିଥିଲେ।

ପରିଶେଷରେ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ତାପରେ ସମସ୍ତଙ୍କୁ ବିସ୍କୁଟ,ପିଇବା ପାଣି ଓ ଚକୋଲେଟ ବଣ୍ଟନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post