ଟ୍ରଲର ଓ ପିକଅପ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ ଜଳିଗଲା ଦୁଇ ଗାଡ଼ି...

ଟ୍ରଲର ଓ ପିକଅପ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ ଜଳିଗଲା ଦୁଇ ଗାଡ଼ି...


ମୈଦଲପୁର,୦୧/୦୬(ନି.ପ୍ର): ଗତ ବିଳମ୍ବିତ ରାତିରେ କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ବିରିମୁହାଣ ଛକ ନିକଟରେ  ଟ୍ରଲର (ଓଡ଼ି୦୨ ସି ୟୁ ୭୦୬୫) ଓ କୁକୁଡ଼ା ବୋଝେଇ...

Ad..



ପିକଅପ ( ଓଡ଼ି ୨୪ ଜେ ୩୦୧୭) ମଧ୍ୟରେ ଦୁର୍ଘଟଣା ହେବା ଫଳରେ ପିକଅପ ଗାଡ଼ିଟି ଟ୍ରଲରର ଡିଜେଲ ଟ୍ୟାଙ୍କରେ ପିଟି ହେବା ଫଳରେ ଉଭୟ ଗାଡ଼ିରେ ଆଖି ପିଛୁଳାକେ ହୁତୁହୁତୁ ହୋଇ ନିଆଁ ଲାଗି ଯାଇଥିଲା। ତେବେ ଦୁର୍ଘଟଣାରେ ଉଭୟ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଆମପାଣି ପୁଲିସ ପହଞ୍ଚିବା ସହ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟ ଗାଡ଼ିରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। 

ତେବେ ଏହା ମଧ୍ୟରେ ଟ୍ରଲର ଓ ପିକଅପ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ପିକଅପ ଡାଲାରେ ଥିବା ଅଧିକାଂଶ ବ୍ରଏଲର କୁକୁଡ଼ା ମଧ୍ୟ ନିଆଁରେ ପୋଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ପିକଅପର ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ଟ୍ରଲରଟି ଭବାନୀପାଟଣା ପଟକୁ ଆସୁଥିବା ବେଳେ କୁକୁଡ଼ା ବୋଝେଇ ପିକଅପ ନବରଙ୍ଗପୁର ଆଡ଼କୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। 

ଏନେଇ ଆମପାଣି ପୁଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post