Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ...

ବରଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ... ମ.ରାମପୁର,୧୦/୦୬(ନି.ପ୍ର):  ମ. ରାମପୁରରେ ଏକ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣା...

ବରଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ...


ମ.ରାମପୁର,୧୦/୦୬(ନି.ପ୍ର): ମ. ରାମପୁରରେ ଏକ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସିଥିବା ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇଛନ୍ତି।

      Ad..


ମ. ରାମପୁର ବ୍ଲକ୍‌ର ଡେଡଶୁଲି ପଞ୍ଚାୟତକୁ ଯାଇଥିବା ରାସ୍ତାର କାଉପଦର୍ ଘାଟି ଦେଇ ଏକ ବରଯାତ୍ରୀ ନେଇ ଆସୁଥିବା ପିକ୍ ଅପ୍ ଗାଡ଼ି (ଓଡି ୧୬ ଜେ ୩୨୧୦) କାଉପଦର ଗ୍ରାମରୁ କାମରେଙ୍ଗ ଗ୍ରାମକୁ ଫେରୁଥିବା ବେଳେ  ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। 

ଡାଲାରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଖବର ମିଳିଛି।ଖବର ପାଇ ଅଞ୍ଚଳର ଲୋକମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। 

ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।  ଅନ୍ୟପଟେ ଆହତମାନଙ୍କୁ ମ.ରାମପୁର ଡାକ୍ତରଖ।ନାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। 

ଗୁରୁତର ଥିବା ୩ ଜଣ ହଲେ- ଚୁମକି ମାଝି (୧୨ ବର୍ଷ), ନିତାଡି ମାଝୀ (୪୫ ବର୍ଷ), ବାସନ୍ତୀ ମାଝୀ (୪୮ ବର୍ଷ) ଏହି ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। 

ଖବର ପାଇ ମ. ରାମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣା ପଡ଼ିଛି।



Edited by k.s thakur...

No comments