ପ୍ରଶାସନ ର ପ୍ରତିଶୃତି ସମୟ ସରିଲା ପୁଣି ଚାଷୀ ଆନ୍ଦୋଳନ ଆରମ୍ଭ...

ପ୍ରଶାସନ ର ପ୍ରତିଶୃତି ସମୟ ସରିଲା ପୁଣି ଚାଷୀ ଆନ୍ଦୋଳନ ଆରମ୍ଭ...


ବରଗଡ଼,୨୭/୦୬(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ରେ ପୁଣି ଚାଷୀ ଆନ୍ଦୋଳନ ଏଥର ବିଷବୋତଳ ଧରି ଆନ୍ଦୋଳନ କୁ ଆସିଲେ ଚାଷୀ। ଗତ ଆନ୍ଦୋଳନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ପ୍ରଶାସନ ହେଲେ ପୁରଣ ନ ହେବାରୁ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। 

            Ad..


ଟୋକନ ସମସ୍ୟା କୁ ନେଇ ବିଷ ବୋତଲ ଧରି ଆନ୍ଦୋଳନରେ ସାମିଲ ହେଲେ ଚାଷୀ । ବରଗଡ଼ ଜିଲ୍ଲାରେ ଟୋକନ ସମସ୍ୟା ଓ ଧାନବିକ୍ରି ସମସ୍ୟା ଲାଗି ରହିଥିବା ବେଳେ ଶନିବାର ଡି ଆର ସି ଏସ ଅଫିସ ଠାରେ ଜଣେ ଚାଷୀ ବିଷ ଧରୀ ଆନ୍ଦୋଳନକୁ ଆସିଥିବା ଦେଖାଯାଇଥିଲା। 

ଘଟଣା ସ୍ଥଳରେ ଚାଷୀ ନେତା ରମେଶ ମହାପାତ୍ର ବୋତଲ ପୋଲିସ ଜିମାରେ ଦେଇଥିଲେ ଏବଂ ଚାଷୀଙ୍କୁ ଏପରି ନ ହେବା ପାଇଁ ବୁଝାଇଥିଲେ । ଲଢେଇ ଜାରି ରହିବ ଏବଂ ସମସ୍ତ ଚାଷୀଙ୍କୁ ଟୋକନ ଯେପରି ମିଳିବ ସେନେଇ ଆନ୍ଦୋଳନ କରାଯିବ ବୋଲି ଆହ୍ୱାନ ଦେଇଛନ୍ତି ରମେଶ ମହାପାତ୍ର ।

ପୂର୍ବ ଘୋଷିତ ଅନୁଯାଇ ଆଜି ପୁଣି ସଂଯୁକ୍ତ କୃଷକ ସଂଗଠନ ଆନ୍ଦୋଳନ ଓହ୍ଲାଇଛନ୍ତି। ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟାଳୟ ଠାରେ ସକାଳ ୧୦ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଧାରଣାରେ ଶହଶହ ଚାଷୀ ବସିଥିଲେ। 

ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଜମି ତୁଳନାରେ ଟୋକନ ପ୍ରଦାନ କରାଯାଉ, ମଣ୍ଡି ମାନଙ୍କରେ କଟନୀ ଛଟଣୀ ବନ୍ଦ କରାଯାଉ, ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରାଯାଉ, ମଣ୍ଡିରେ ପଡ଼ିଥିବା ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ତୁରନ୍ତ କିଣାଯାଉ, ବୋଲି  ସଂଯୁକ୍ତ କୃଷକ ସଙ୍ଗଠନ ଜିଦ ଧରି ଧାରଣାରେ ବସିଛନ୍ତି। 

ଏଠାରେ ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ ଚାଷୀ ଟୋକନ ପାଇବାରୁ ବଞ୍ଚିତ ଅଛନ୍ତି। ଟୋକନ ପାଇଥିବା ଅନେକ ଚାଷୀ ଜମି ତୁଳନାରେ ଟୋକନ ପରିମାଣ କମ ଆସିଥିବା ଚାଷୀଙ୍କ ଅଭିଯୋଗ ରହିଛି। 

ଯେଉଁ ଚାଷୀମାନଙ୍କ ଟୋକନ ସମସ୍ୟା ଅଛି ସେମାନଙ୍କୁ ପୁଣି ଥରେ ଆବଶ୍ୟକ କାଗଜପତ୍ର ଦେଇ ଆବେଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆ ଯାଇଥିଲା । ଯେଉଁମାନେ ପୁଣି ଆବେଦନ କରିଛନ୍ତି ସେମାନଙ୍କର  ଚାଷ ଏବଂ କାଗଜପତ୍ର ତଦନ୍ତ ହୋଇ ଯୋଗ୍ୟ ଚାଷୀଙ୍କୁ ଟୋକନ ଦିଆଯାଉଛି। 

ଯେଉଁ ଚାଷୀଙ୍କ ଜମି ସେଟଲାଇଟରେ ଚାଷ ଜମି କଟିଛି ସେମାନଙ୍କୁ ଟୋକନ ମିଳୁନାହିଁ। ଅନ୍ୟ ପଟେ ଚାଷ କରିଥିବା ଜମିରେ କେମିତି ସେଟଲାଇଟ ସର୍ଭେ ଜରିଆରେ ଚାଷ ଜମି କଟିଯାଉଛି ବୋଲି କୃଷକ ସଙ୍ଗଠନ ପ୍ରଶ୍ନ କରିଛି। 

ଜିଲ୍ଲା ଉପନିବନ୍ଧକ ଯୁଗଳ ଦାସ ଧାରଣା ରତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆଲୋଚନା ବିଫଳ ହୋଇଥିଲା। ଆନ୍ଦୋଳନ କାରୀମାନେ ଟୋକନ ନ ଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶୋଷଣା କରିଛନ୍ତି। 

ଆଜିର ଏହି ଧାରଣା ସଭାରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ର, କାରଣ ସାହୁ, ସୁବାସ ପଧାନ, ରବିଶଙ୍କର ପଧାନ, କିଶୋର ସାହୁ, ପୂର୍ଣ୍ଣ ସାହୁ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି...

ଥବିର ପଧାନ, ଈଶାନ୍ତ ଭୋଇ, ଅଭିମନ୍ୟୁ ପଧାନ, ଜୟ ପ୍ରକାଶ ବେହେରା,ସୁରେନ ସାହୁ,ପ୍ରସନ୍ନ କୁମ୍ଭାର, ଆନନ୍ଦ ପଧାନ, ସରୋଜ ସାହୁ ଏବଂ ଅରବିନ୍ଦ ପଣ୍ଡା ନେତୃତ୍ୱ ନେଇଥିଲେ।



Edited by k.s thakur...

Post a Comment

Previous Post Next Post