ଟୋକନ ଅଭାବରୁ ଧାନ ବିକ୍ରି ବନ୍ଦ, କାନୁଟ ପ୍ୟାକ୍ସ ଆଗରେ ଚାଷୀଙ୍କ ବିକ୍ଷୋଭ...

ଟୋକନ ଅଭାବରୁ ଧାନ ବିକ୍ରି ବନ୍ଦ, କାନୁଟ ପ୍ୟାକ୍ସ ଆଗରେ ଚାଷୀଙ୍କ ବିକ୍ଷୋଭ...


ବେଲପଡା,୨୯/୦୬(ତ୍ରିନାଥ ବାଗ) : ଧାନ ବିକ୍ରି ପାଇଁ ଟୋକନ ନ ମିଳିବା ଓ ମିଲରଙ୍କ ମନମାନି ଅଭିଯୋଗରେ ବେଲପଡା ବ୍ଲକ କାନୁଟ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) ସମ୍ମୁଖରେ ଶୁକ୍ରବାର ଚାଷୀମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Ad..



ସଲଣ୍ଡି, ଭୁଟୁଙ୍ଗପଡା, ଉଡିଙ୍ଗ, ଲଥାକେନ୍ଦ ଆଦି ଗାଁର 25ରୁ 30 ଜଣ ଚାଷୀ ଅଭିଯୋଗ କରିଛନ୍ତି ଯେ ଟୋକନ ନ ମିଳିବାରୁ ସେମାନଙ୍କ ଶହ ବସ୍ତା ଧାନ ମଣ୍ଡିରେ ପଡିରହିଛି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସମାଧାନ ହୋଇନାହିଁ। ଶେଷରେ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଛନ୍ତି।

ଚାଷୀମାନେ କହିଛନ୍ତି, “ନିଜ ଅମଳର ଧାନ ବିକ୍ରି କରିପାରୁନୁ। କେଉଁଠି ବିକିବୁ? ଦୀର୍ଘ ଦିନ ହେଲା ମଣ୍ଡିରେ ଧାନ ରଖିଛୁ, କିନ୍ତୁ ମିଲରଙ୍କ ମନମାନି ଯୋଗୁଁ ଧାନ ଉଠାଯାଉନାହିଁ। ଫଳରେ ଆମକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡୁଛି।”ଏନେଇ କାନୁଟ ପ୍ୟାକ୍ସ ସମ୍ପାଦକ ରାଜୁ ପଧାନ କହିଛନ୍ତି, “ଚଳିତ ବର୍ଷ 3,800 କ୍ୱିଣ୍ଟାଲ ଧାନ କ୍ରୟ ସରିଛି। 

ଆହୁରି 2,200 କ୍ୱିଣ୍ଟାଲ ପାଇଁ ଟୋକନ ଇସୁ ହୋଇଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ କ୍ରୟ ଚାଲିଛି। ବାକି ଚାଷୀଙ୍କ ସମସ୍ୟା ଉପରକୁ ଜଣାଇଦିଆଯିବ।”ଆଜିର ଧାରଣାରେ ସନ୍ତୋଷ କୁମାର ପୁଞ୍ଜି, ନିବେଜିତ ମାଝୀ, ଚତୁର ମାଝୀ, ସୁଶାନ୍ତ ପ୍ରଧାନ...

ଈଶ୍ୱର ଧରୁଆ, ଯୁଗେଶ୍ୱର ଭୋଇ, ରୂପେଶ ଧରୁଆ, କୀର୍ତ୍ତନ ବେହେରା, ଶାନ୍ତନୁ ମଲ୍ଲିକ, ହିମାଂଶୁ ପୁଟାଙ୍କ ସମେତ ବହୁ ଚାଷୀ ସାମିଲ ହୋଇଥିଲେ।ଚାଷୀମାନେ ଚେତାବନୀ ଦେଇଛନ୍ତି, ଶୀଘ୍ର ଟୋକନ ପ୍ରଦାନ କରି ଧାନ କ୍ରୟ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।



Edited by k.s thakur...

Post a Comment

Previous Post Next Post