ମଦମୁକ୍ତ ଓ ନିଶାମୁକ୍ତ ଲକ୍ଷ୍ୟ ନେଇ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଜନଜାଗରଣ ପଦଯାତ୍ରା... କଣ୍ଟାବାଞ୍ଜି,୦୬/୦୬(ନି.ପ୍ର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚ...
ମଦମୁକ୍ତ ଓ ନିଶାମୁକ୍ତ ଲକ୍ଷ୍ୟ ନେଇ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଜନଜାଗରଣ ପଦଯାତ୍ରା...
କଣ୍ଟାବାଞ୍ଜି,୦୬/୦୬(ନି.ପ୍ର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କୁ ମଦମୁକ୍ତ ଓ ନିଶାମୁକ୍ତ ଲକ୍ଷ୍ୟ ନେଇ ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସଂଯୋଜକ ରୂପେଶ ବେହେରାଙ୍କ ନେତୃତ୍ବ ରେ ଜନଜାଗରଣ ପଦଯାତ୍ରା ଆରମ୍ଭ କରାଯାଇଥିଲା।
Ad..
ଏହି ଜନଜାଗରଣ ପଦଯାତ୍ରାର ପ୍ରଥମ ଦିନରେ ଭୁରସାଗୁଡା ପଞ୍ଚାୟତରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଆୟୋଜନରେ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳାଙ୍କ ସହ ଏକ ସଚେତନତା ମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ଆଲୋଚନା ସମୟରେ ମଦ୍ୟପାନ ଯୋଗୁଁ ପରିବାର, ସମାଜ ଏବଂ ଯୁବପିଢ଼ୀ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ବିସ୍ତୃତ ଭାବେ ମତ ବିନିମୟ କରାଯାଇଥିଲା।
ମହିଳାମାନେ ମଦ ବିରୋଧୀ ଅଭିଯାନକୁ ଦୃଢ଼ ସମର୍ଥନ ଜଣାଇବା ସହ ନିଜ ଅଞ୍ଚଳକୁ ମଦମୁକ୍ତ କରିବା ପାଇଁ ସକ୍ରିୟ ଭୂମିକା ପ୍ରକାଶ କରିଥିଲେ।
ଏହି ପଦଯାତ୍ରାରେ ବିକାଶ ବେହେରା, ଯଶୋବନ୍ତ ରଣା,ଚିତ୍ରସେନ ବେହେରା,ସତ୍ୟ ରଣା, ସୁବାଷ ବଛା,ଅଜିତ ପୁଟେଲ, ପ୍ରହଲ୍ଲାଦ ବେହେରା ସହ ଦଳର କର୍ମକର୍ତ୍ତା, ସମର୍ଥକ, ମହିଳା ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମଦମୁକ୍ତ ସମାଜ ଗଠନର ବାର୍ତ୍ତା ଦେଇଥିଲେ।
Edited by k.s thakur...



No comments