ଓଏଏସ ସତ୍ୟବ୍ରତ ରାୟଙ୍କୁ ମିଳିଲା ଓପିଏସସି ସଚିବ ଦାୟିତ୍ବ...
ଭୁବନେଶ୍ଵର,୧୦/୦୬(ନି.ପ୍ର) : ଓପିଏସସି ପଦବୀରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (OPSC)ରେ ଦୁଇ ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ନୂତନ ପଦବୀରେ ସ୍ଥାନାନ୍ତର କରାଯାଇଛି।
Ad..
ବରିଷ୍ଠ OAS ଅଧିକାରୀ ସତ୍ୟବ୍ରତ ରାୟ ଓପିଏସସି ସଚିବ ଭାବରେ ଦାୟିତ୍ବ ଦିଆଯାଇଥିବା ବେଳେ OAS ଅଧିକାରୀ ଶ୍ରୀମତୀ ସଞ୍ଜିବୀତା ରାୟଙ୍କୁ ଓପିଏସସିର ଅତିରିକ୍ତ ସଚିବ-ସହ-ପରୀକ୍ଷା ନିୟନ୍ତ୍ରକ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Edited by k.s thakur...


