ଭଦ୍ରକରେ ଅଘଟଣ ; କର୍ମଚାରୀ ଫାଟକ ପକାଇ ନ ଥିବାରୁ ଟ୍ରେନ୍ ଧକ୍କାରେ ବାଇକ୍ ଆରୋହୀ ମୃତ...
ଭଦ୍ରକ,୦୮/୦୬(ନି.ପ୍ର) : ଭଦ୍ରକରେ ଅଘଟଣ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ। ଭଦ୍ରକ ଜିଲ୍ଲାର ପିରାହାଟ ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା।
Ad..
କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍ । ଯାହା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାମାନେ ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ।
ଘଟଣାସ୍ଥଳରେ ଏସ୍ଡିପିଓ, ପୀରହାଟ ଓ ତିହିଡି଼ ଆଇଆଇସି ପହଂଚି ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛନ୍ତି।
Edited by k.s thakur...


