ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ୱାର୍କ ଚାର୍ଜଡ୍ଙ୍କୁ ପେନ୍ସନ୍ ସହ ଅବସରକାଳୀନ ସମସ୍ତ ପ୍ରାପ୍ୟ ଦିଅ...
କଟକ,୧୨/୦୬(ନି.ପ୍ର) : ଡିଏଲ୍ଆର୍ କର୍ମଚାରୀରୁ ୱାର୍କ ଚାର୍ଜଡ୍ ରେଗୁଲାର କର୍ମଚାରୀ ମାନ୍ୟତା ପାଇଥିବା ସତ୍ତେ୍ୱ ପେନ୍ସନ୍ ମିଳୁନଥିଲା।ଏହି ୱାର୍କ ଚାର୍ଜଡ୍ କର୍ମଚାରୀମାନଙ୍କୁ ୩ ମାସ ମଧ୍ୟରେ ପେନ୍ସନ୍ ସହ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Ad..
ମହମ୍ମଦ ଜମିଲୁର୍ ରେହମାନ୍ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।ହାଇକୋର୍ଟଙ୍କ ଆଦେଶ ଫଳରେ ପ୍ରାୟ ୫୦ ହଜାର ୱାର୍କ ଚାର୍ଜଡ୍ କର୍ମଚାରୀ ଉପକୃତ ହେବେ।
ଆବେଦନକାରୀମାନେ ୧୯୮୩ ମସିହାରେ ଡିଏଲ୍ଆର୍ ନିଯୁକ୍ତିି ପାଇଥିଲେ। ପରେ ସେମାନଙ୍କୁ ୱାର୍କ ଚାର୍ଜଡ୍ ବର୍ଗକୁ ଅଣାଯାଇଥିଲା। ୨୦୧୮ପରଠାରୁ ନିୟମିତ କରାଯାଇଥିଲା। କିନ୍ତୁ ଅବସର ପରେ ସେମାନଙ୍କୁ ପେନ୍ସନ୍ ଦିଆଯାଇନଥିଲା।
ଏନେଇ ମାମଲା ଟ୍ରିବ୍ୟୁନାଲ୍ରୁ ସୁପ୍ରିମ୍କୋର୍ଟ ପର୍ୟ୍ୟନ୍ତ ଯାଇଥିଲା। ସବୁଠି ରାଜ୍ୟ ସରକାର ହାରିଥିଲେ। କେବଳ ନିରଞ୍ଜନ କର ନାମକ ଜଣେ କର୍ମଚାରୀଙ୍କୁ ପେନ୍ସନ୍ ମିଳିଥିଲାବେଳେ ଆବେଦନକାରୀଙ୍କୁ ରାଜ୍ୟ ସରକାର ପେନ୍ସନ୍ ଦେଇନଥିଲେ।
ଆବେଦନକାରୀମାନଙ୍କ ଆବଶ୍ୟକ ଚାକିରି ଯୋଗ୍ୟତା ନଥିବାରୁ ରାଜ୍ୟ ସରକାର ୨୦୨୫ ମେ’ ୨୧ରେ ପେନ୍ସନ୍ ଦେବାକୁ ମନା କରିଦେଇଥିଲେ । ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଓସିଏସ୍ ପେନ୍ସନ୍ ନିୟମ-୧୯୯୨ରେ ହୋଇଥିବା ସଂଶୋଧନ ଅନୁଯାୟୀ...
ଯେଉଁମାନଙ୍କ ଚାକିରି ୨୦୦୫ ଜାନୁଆରୀ ୧ ପରେ ନିୟମିତ ହୋଇଛି, ସେମାନେ ପୁରୁଣା ପେନ୍ସନ୍ ପାଇବାକୁ ଯୋଗ୍ୟ ନୁହନ୍ତି ଏବଂ ସେମାନେ କେବଳ ନୂତନ ପେନ୍ସନ୍ ଯୋଜନା (ଏନ୍ପିଏସ୍) ଅଧୀନରେ ଆସିବେ।
ଫଳରେ ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ହାଇକୋର୍ଟ କହିଛନ୍ତି ଯେ, ନିରଞ୍ଜନ କରଙ୍କୁ ପେନ୍ସନ୍ ଦିଆଯାଇଥିଲାବେଳେ ଆବେଦନକାରୀଙ୍କୁ ପେନ୍ସନ୍ ନଦେବା ଗ୍ରହଣୀୟ ନୁହେଁ।
ଆବେଦନକାରୀ ଅବସର ପର୍ୟ୍ୟନ୍ତ ବିଭିନ୍ନ ପଦରେ ନିରବିଚ୍ଛିନ୍ନ କାର୍ୟ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
Edited by k.s thakur...


