୫୭ତମ ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା...

୫୭ତମ ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା...


ଭୁବନେଶ୍ବର,୨୭/୦୬(ନି.ପ୍ର) : ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଶୁଭେଚ୍ଛା । ୫୭ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର ପ୍ରଧାନ। ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । 

             Ad..


ରାଷ୍ଟ୍ରପତି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାବେଳେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପିଏମ୍ ମୋଦି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରଛନ୍ତି । 

ଏହା ସହିତ ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରିତା ଦିଗରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ପ୍ରୟାସ ଭାରତକୁ ଜ୍ଞାନ, ଶିକ୍ଷା ଓ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି ବୋଲି ପୋଷ୍ଟ କରି ଲେଖିଛନ୍ତି । 

ସେପଟେ କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ସମଲେଶ୍ବରୀଙ୍କ ନିକଟରେ ନିରୋଗ ଏବଂ ଦୀର୍ଘାୟୁ କାମନା କରିଛନ୍ତି । 

ଜନସେବା ପାଇଁ ଭଗବାନ ତାଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ବୋଲି ଏକ୍ସ ପୋଷ୍ଟ କରି ଲେଖିଛନ୍ତି । ସୌରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ୍ସରେ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ । ଅନୁଗୋଳ ଜିଲ୍ଲା ତାଳଚେର ସହର ନିକଟସ୍ଥ ହାଣ୍ଡିଧୂଆରେ ସେ ଜନ୍ମଗ୍ରହଣ କରନ୍ତି । କଲେଜ ପାଠପଢା ସମୟରୁ ଆରମ୍ଭ ହୁଏ ତାଙ୍କର ରାଜନୈତିକ କ୍ୟାରିୟର । 

୧୯୮୩ ମସିହାରେ ABVPରେ ପାଦ ରଖନ୍ତି । ୧୯୮୫ରେ କଲେଜ ନିର୍ବାଚନରେ ଛିଡ଼ା ହୋଇ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ଏବଂ ପ୍ରମାଣିତ କରନ୍ତି ଯେ ତାଙ୍କ ନିକଟରେ ପ୍ରଖର ନେତୃତ୍ବର କ୍ଷମତା ରହିଛି।

ଏହାପରେ ଆଗେଇ ଆସନ୍ତି ଜନସେବା କରିବାକୁ।୨୦୦୦ ମସିହାରେ ସେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି । ପରେ ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 

ଏହା ସହିତ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ପରେ ପରେ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ଭଳି ରାଜ୍ୟର ପ୍ରଭାରୀ ଭାବେ ସଫଳତାର ସହ ଦାୟିତ୍ଵ ତୁଳାଇ ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ସେହିପରି ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳେ । କେବଳ ଏତିକି ନୁହେଁ, ରାଜ୍ୟସଭାରେ ଦୁଇ ଥର ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

୨୦୧୨ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ବିହାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ସରକାରରେ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 

୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ଏହା ପରେ ୨୦୧୮ରେ ଉତ୍ତର ପ୍ରଦେଶରୁ ଦ୍ବିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 

୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଇସ୍ପାତ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୧ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ସେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରି ଦେଶର ଭବିଷ୍ୟତ ଗଢ଼ିବା ପାଇଁ ଅହରହ ଚେଷ୍ଟା କରିଚାଲିଛନ୍ତି। 

୨୦୨୪ରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିପୁଳ ଜନମତ ସହ ବିଜୟୀ ହୋଇ ପୁଣି ଥରେ ଓଡ଼ିଶାର ଗୌରବକୁ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।



Edited by k.s thakur...

Post a Comment

Previous Post Next Post