ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ...

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ...


ପାଲଲହଡ଼ା,୨୮/୦୬(ନି.ପ୍ର) : ପାଲଲହଡ଼ା ବ୍ଲକ ଖମାର ଥାନା ବାରକୋଟିଆ ଗାଁଠାରେ ଗତକାଲି ରାତି ୧ଟା ବେଳେ ଏକ ବସ୍‌ରେ ନିଆଁଲାଗି ଅଗ୍ନିକାଣ୍ଡ ଘଟିଥିଲା। ରାଉରକେଲାରୁ ପାରାଦୀପ ଯାଉଥିବା ଶ୍ରୀମା ନାମକ ଏକ ଯାତ୍ରୀବାହୀ ବସରେ ହଠାତ ସଟ ସର୍କିଟ ହେଇଯିବାରୁ ନିଆଁ ଲାଗିଯାଇଥିଲା। 

             Ad..


ବସରେ ଥିଲେ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସମସ୍ତଙ୍କୁ ତଳକୁ ଓହ୍ଲାଯାଇଥିଲା।ପାଲଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ରଖିଥିଲେ। 

ବର୍ତ୍ତମାନ ଯାତ୍ରୀ ସୁରକ୍ଷିତ ଥିବା ପ୍ରକାଶ।ମଧ୍ୟରାତ୍ରୀରେ ଯେତେବେଳେ ଅଧିକାଂଶ ଯାତ୍ରୀ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି, ସେହି ସମୟରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। 

ନିଆଁ ଲାଗିବା କାରଣରୁ ବସ୍‌ ଭିତରେ ଯେତେବେଳେ ଧୂଆଁ ଭର୍ତ୍ତି ‌ହୋଇଯାଉଛି, ଏହି ସମୟରେ ଯାତ୍ରୀମାନେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ନିଦ ବାଉଳାରେ ଉଠି ଦେଖିଲା ବେଳକୁ ସେମାନେ ଯେଉଁ ବସ୍‌ରେ ଯାତ୍ରା କରୁଛନ୍ତି, ଏଥିରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି। 

ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ବାରକୋଟିଆ ଗାଁଠାରେ ଶନିବାର ରାତି ପ୍ରାୟ ୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଖୁସିର କଥା ହେଲାଯେ, ଘରୋଇ ବସ୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟିନାହିଁ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ରାଉରକେଲାରୁ ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ଶ୍ରୀମା’ ବାହାରିଥିଲା। ବସ୍‌ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଏହା ପାରାଦୀପ ଅଭିମୁଖେ ଯାଉଥିଲା। ଭୋର ସକାଳୁ ପାରାଦୀପରେ ପହଞ୍ଚି ଥାନ୍ତା। 

କିଛି ଲୋକ ନିଜ ଘରକୁ ଯାଉଥିବା ବେଳେ ଅନ୍ୟମାନେ ନିଜନିଜ ବ୍ୟକ୍ତିଗତ କାମରେ ପାରାଦୀପ ଯାଉଥିଲେ। ପାଲଲହଡ଼ା ବ୍ଲକ ଖମାର ଥାନା ବାରକୋଟିଆ ଗାଁଠାରେ ବସରେ ହଠାତ ନିଆଁ ଲାଗିଯାଇଥିଲା। 

ଘଟଣା ସଂପର୍କରେ ବସ୍‌ର ଚାଳକ ଜାଣିବା କ୍ଷଣୀ ବସ୍‌କୁ ସେ ତୁରନ୍ତ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଓହ୍ଲାଇ ଦିଆ ଯାଇଥିଲା।ସୂଚନା ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ସେମାନେ ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ରଖିଥିଲେ। ତେବେ ଏହା ପୂର୍ବରୁ ଯାତ୍ରୀବାହୀ ବସ୍‌ ଭସ୍ମୀଭୂତ ହୋଇ ସାରିଥିଲା। ବର୍ତ୍ତମାନ ଯାତ୍ରୀ ସୁରକ୍ଷିତ ଥିବା ପ୍ରକାଶ। ପୁଲିସ  ଏନେଇ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ କରୁଛି।



Edited by k.s thakur...

Post a Comment

Previous Post Next Post