ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ...

ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ...


ବରଗଡ଼,୦୨/୦୬(ବିଜୟ କୁମାର ସାହୁ) : ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମ ପଞ୍ଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲିମିଣ୍ଡାର ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସହକାରୀ ଶିକ୍ଷକ ଶ୍ରୀ ଧର୍ମରାଜ ପ୍ରଧାନଙ୍କର ସେବାନିବୃତ୍ତି ଉପଲକ୍ଷେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମାପନ ହୋଇଯାଇଛି।

Ad..



ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ ଶହ ଶହ ସଂଖ୍ୟାରେ  ନିଜ ପ୍ରିୟ ଶିକ୍ଷକଙ୍କ ବିଦାୟୀ ସଭାରେ ଯୋଗଦାନ କରିଥିଲେ। 

ପ୍ରଥମେ ସକାଳ ୬ଟା ୩୦ ମିନିଟ୍‌ରେ ଗ୍ରାମ ପରିକ୍ରମା ଓ ଦେବଦର୍ଶନ କାର୍ଯ୍ୟକ୍ରମ ଏକ ଭାବବିହ୍ୱଳ ପରିବେଶର ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ସ୍କୁଲ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସକାଳ ୮ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସରୋଜ କୁମାର ଭୁଏ ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଜାଣ୍ଡୋଲ ଉଚ୍ଚ ବିଦ୍ୟାଳୟର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋବିନ୍ଦ ତ୍ରିପାଠୀ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଝିଲିମିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୂଜା କୁମ୍ଭାର, ଶିକ୍ଷାବିତ୍ ଶ୍ରୀ ବାଳଗୋବିନ୍ଦ ବାବୁ, ପରିଚାଳନା କମିଟିର ସଭାପତି ଶ୍ରୀ କଷ୍ଟ ସାହୁ, ଭୂତପୂର୍ବ ସରପଞ୍ଚ ଶ୍ରୀ ମକରଧ୍ୱଜ ଭୋଇ, ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଫିସର ଶ୍ରୀ ହେମନ୍ତ କୁମାର ସାମଲ... 

ଜିଲ୍ଲା ସ୍କାଉଟ୍ ଟ୍ରେନିଂ କମିଶନର ଶ୍ରୀ ମନୋଜ କୁମାର ସାହୁ, ଜିଲ୍ଲା ସ୍କାଉଟ୍ ଅର୍ଗାନାଇଜିଙ୍ଗ  କମିଶନର ଶ୍ରୀ ସୁଦର୍ଶନ ମହାକୁର, ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ମନୋଜ କୁମାର ସାହୁ , ଜିଲ୍ଲା ଜୁନିଅର ରେଡ୍ କ୍ରସ୍‌ର ବରିଷ୍ଠ ସାଧନ କର୍ମୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦ୍ୱାଦଶ କୁମାର ପ୍ରଧାନ ମଞ୍ଚାସୀନ ଥିଲେ।

ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଭିମସାର, ବୁର୍ଲାର ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ସଞ୍ଜୟ କୁମାର ମହାପାତ୍ର ନିଜ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ବ୍ୟକ୍ତ କରି ଅତ୍ୟନ୍ତ ମର୍ମସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ। 

ଏହା ବ୍ୟତୀତ କାଦୋବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ଯେଶ୍ୱାଲ, ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ବୈଲୋଚନ ପ୍ରଧାନ ଏବଂ ପୂର୍ବତନ ହିନ୍ଦୀ ଶିକ୍ଷକ ଶ୍ରୀ ଦୟାନିଧି ନାୟକ ନିଜ ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନଙ୍କର ବହୁମୁଖୀ ଗୁଣାବଳୀ ଓ ଅବଦାନକୁ ଉଲ୍ଲେଖ କରିଥିଲେ, ଯାହା ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମୁଗ୍ଧ କରିଦେଇଥିଲା।

ଜିଲ୍ଲା ସ୍କାଉଟ୍ ଗାଇଡ୍ ପରିବାର, ଜୁନିଅର ରେଡକ୍ରସ ସୋସାଇଟି,ବିଭିନ୍ନ ସାହିତ୍ଯ ସଂସଦ, ଅନୁଷ୍ଠାନ ଙ୍କ ଦ୍ବାରା ତାହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ସଭାପତି ଶ୍ରୀ ଦଧିବାବନ ଶତପଥୀ, ସଂପାଦକ ତୁଳସୀ ଚରଣ ଦାଶ...

ଆବାହକ ଲୁଲୁ ରବିନ ଦାସ, ସଦସ୍ୟ  ଶ୍ରୀ ପ୍ରଦୀପ ମିଶ୍ର,ନିହାର ରଞ୍ଜନ ପ୍ରଧାନ ଆଦି ଯୋଗଦେଇ ଶ୍ରୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଶୋକ ପଶାୟତ ବିଦାୟ କାଳୀନ ସଂଗୀତ ପରିବେଷଣ କରିଥିଲେ।ଶେଷରେ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post