ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣା ; ୩ ଗିରଫ ସହିତ ହିନ୍ଦୋଳ ଫରେଷ୍ଟର ନିଲମ୍ବିତ...
ହିନ୍ଦୋଳ,୦୩/୦୬(ନି.ପ୍ର) : ହିନ୍ଦୋଳରେ ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ।
Ad..
ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ।ସେହିପରି ଏହି ଘଟଣାରେ ୩ ଜଣ ଗିରଫ ।
କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍ ଗଲେ ଫାର୍ମ ହାଉସ ମାଲିକ ହିନ୍ଦୋଳ ଅଞ୍ଚଳର କୁବେର ରାଜଙ୍କ ସମେତ ଜେସିବି ଅପରେଟର ଓ ଫାର୍ମ ହାଉସର ଜଗୁଆଳି । ଏହି ଘଟଣାରେ ଆହୁରି ଲୋକଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଛି।
Edited by k.s thakur...


