ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ: ବିଜେଡି ଟିକେଟ୍‌ରେ ଯାଇଥିଲେ, ଏବେ ବିଜେପିରୁ ରାଜ୍ୟସଭା ଗଲେ...

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ: ବିଜେଡି ଟିକେଟ୍‌ରେ ଯାଇଥିଲେ, ଏବେ ବିଜେପିରୁ ରାଜ୍ୟସଭା ଗଲେ...


ଭୁବନେଶ୍ବର,୧୨/୦୬(ନି.ପ୍ର) : ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ରାଜ୍ୟସଭା ଆସନର ଉପନିର୍ବାଚନରେ ବିଜେପି ନେତା ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଆସନ ପାଇଁ ଦେବାଶିଷ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। 

      Ad..


ଜୁନ୍ ୯ରେ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ଦେବାଶିଷଙ୍କ ପ୍ରାର୍ଥିତ୍ବ କାଏମ ରହିଥିଲା। ବିଜ୍ଞପ୍ତି ଅନୁଯାୟୀ, ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଦେବାଶିଷ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଜୁନ୍ ୧୮ରେ ଆଉ ମତଦାନ ହେବନି। 

ତେଣୁ ଏହି ଉପନିର୍ବାଚନର ରିଟର୍ଣ୍ଣିଂ ଅଧିକାରୀ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆଜି ଦେବାଶିଷ ସାମନ୍ତରାୟଙ୍କୁ ବିଜୟୀ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ଏପ୍ରିଲ ୨୦୨୪ରେ ଶ୍ରୀ ସାମନ୍ତରାୟ ବିଜେଡି ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। 

ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ରେ ଶେଷ ହୋଇଥା’ନ୍ତା। ହେଲେ ଶ୍ରୀ ସାମନ୍ତରାୟ ୨୦୨୬ ମେ’ ୨୫ରେ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦରୁ ବି ଇସ୍ତଫା ଦେଇଥିଲେ। 

ଏହାପରେ ସେ ବିଜେପିରେ ଯୋଗଦେଇଥିଲେ। ବିଜେପି ତାଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ରାଜ୍ୟସଭାକୁ ପୁଣି ନିର୍ବାଚିତ ହେବା ପରେ ଶ୍ରୀ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏବେ  ତାଙ୍କର ଲକ୍ଷ୍ୟ ହେଉଛି ରାଜ୍ୟରେ ବିଜେପି କିପରି ବଢ଼ିବ। ଏବେ କଟକରେ ବିଜେପି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି।



Edited by k.s thakur...

Post a Comment

Previous Post Next Post