ସଲଣ୍ଡି ହାଟରେ ବିକାଳୀଙ୍କ ମୃତଦେହ ଉଦ୍ଧାର, ହୃଦଘାତ ସନ୍ଦେହ...

ସଲଣ୍ଡି ହାଟରେ ବିକାଳୀଙ୍କ ମୃତଦେହ ଉଦ୍ଧାର, ହୃଦଘାତ ସନ୍ଦେହ...


ବେଲପଡା,୨୮/୦୬(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସଲଣ୍ଡି ସାପ୍ତାହିକ ବଜାର ନିକଟରୁ ଶନିବାର ଜଣେ ବିକାଳୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପାଟଣାଗଡ଼ ଥାନା ଅପୁରସାଗର ଗ୍ରାମର ମାଲୁ ମହଲା (୬୦)।

      Ad..


ସୂଚନା ଅନୁସାରେ ମାଲୁ ମହଲା କୁଲା, ମାଳି ସୁତା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ସଲଣ୍ଡି ହାଟକୁ ଆସିଥିଲେ। ବଜାରରେ ବସିଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ମୂର୍ଚ୍ଛିତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମୂର୍ଚ୍ଛିତ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ବେଲପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଜଣାପଡିଛି, ମାଲୁ ମହଲା ପୂର୍ବରୁ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ମାସକ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ଅକାଳ ବିୟୋଗରେ ପୁଅ, ବୋହୂ ଓ ପରିବାର ଗଭୀର ଶୋକରେ ଭାଙ୍ଗି ପଡିଛନ୍ତି।ବେଲପଡା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।



Edited by k.s thakur...

Post a Comment

Previous Post Next Post