ହଳଦୀର ସରକାରୀ ଜାଗାରେ ଘର କରିଥିବା ଗରିବଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର...

ହଳଦୀର ସରକାରୀ ଜାଗାରେ ଘର କରିଥିବା ଗରିବଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର...


ମୁରିବାହାଲ,୦୭/୦୬(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମା ସ୍ଥିତ ଗ୍ରାମର ଶତାଧିକ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । 

Ad..



ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଶନିବାର ଦିନ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ହଳଦୀ ମୌଜାରେ ଥିବା ବାସିନ୍ଦାଙ୍କ ଦାବିପତ୍ର ମୁତାବକ ସେମାନେ ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେହି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । 

ଏଥିରେ ବହୁ ସଂଖ୍ୟକ ଏସଟି, ଏସସି, ଓବିସି ଓ ସାଧାରଣ ବର୍ଗର ଅତ୍ୟନ୍ତ ଗରିବ ପରିବାର ବସବାସ କରୁଛନ୍ତି । ସେମାନେ ଘରଡିହ କରି ରହୁଥିବା ସେହି ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ, ବିଦ୍ୟୁତ୍ ଯୋଗାଣ, ପାଇଖାନା, ଜଳଯୋଗାଣ, କଂକ୍ରିଟ ରାସ୍ତା, ଆଲୋକିକରଣ ଭଳି ସମସ୍ତ ସରକାରୀ ଯୋଜନା ଓ ସହାୟତା ପାଉଛନ୍ତି। 

କିନ୍ତୁ ସ୍ଥାୟୀ ଘରଡିହ ପଟ୍ଟା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ସେମାନେ ପୂର୍ବରୁ ବହୁଥର ତହସିଲ ଓ ଆରଆଇ ଅଫିସକୁ ଯାଇ ନିରାଶ ହୋଇ ଫେରିସାରିଛନ୍ତି । ତହସିଲଦାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଆରଆଇ କୌଣସି ଦୃଢ଼ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଏଣୁ ଆରଆଇଙ୍କୁ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇ ଶୀଘ୍ର ଘରଡିହ ପଟ୍ଟା ପ୍ରଦାନ କରିବାକୁ ହଳଦୀ ଗ୍ରାମବାସୀ ତହସିଲଦାରଙ୍କୁ ପୁଣି ଲିଖିତ ଦାବୀ କରିଛନ୍ତି। ଦାବିପତ୍ର ଗ୍ରହଣ କରି ତହସିଲଦାର ଶ୍ରୀ କର୍ତ୍ତାମୀ ଏ ସମ୍ପର୍କରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ଦେଇଛନ୍ତି। 

ଦାବିପତ୍ର ପ୍ରଦାନ ବେଳେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, କ୍ଷୀରସିନ୍ଧୁ ହାତୀ, ଗୋବିନ୍ଦ ବାଗ, ଦୈତାରୀ ବାଗ, ଧୁବଳ ଭୁକ୍ତା, ସୁଧୀର ମାହାକୁର, ପ୍ରଦୀପ ସେଲମା, କ୍ଷୀରସିନ୍ଧୁ ଷଢ଼ଙ୍ଗୀ, ଚୈତନ୍ୟ ଭୋଇ, ଚିତ୍ରସେନ ହାତୀ, ଶେଷଦେବ ରଣା ଓ ଅନାମ ଷଢ଼ଙ୍ଗୀଙ୍କ ସମେତ ସରକାରୀ ଜାଗାରେ ଘର କରି ରହୁଥିବା ବହୁ ସଂଖ୍ୟକ ପରିବାରର ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post