ବିଶ୍ୱ ଶ୍ରମିକ ଦିବସରେ ତୁରେକେଲା ପୋଲିସର ସଚେତନତା ବାଇକ୍ ରାଲି : ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ଦିଆଗଲା ବାର୍ତ୍ତ...

ବିଶ୍ୱ ଶ୍ରମିକ ଦିବସରେ ତୁରେକେଲା ପୋଲିସର ସଚେତନତା ବାଇକ୍ ରାଲି : ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ଦିଆଗଲା ବାର୍ତ୍ତ...


କଣ୍ଟାବାଞ୍ଜି,୦୧/୦୫(ନି.ପ୍ର):ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କ ନିରାପତ୍ତା,ସମ୍ମାନ,ଅଧିକାର ଏବଂ ସେମାନଙ୍କ ମାନବିକ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ତୁରେକେଲା ପୋଲିସ ପକ୍ଷରୁ ଏକ ବିଶାଳ ସଚେତନତା ବାଇକ୍ ରାଲି ଆୟୋଜିତ ହୋଇଯାଇଛି। 

Ad..


ସମାଜରୁ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଏବଂ କର୍ମକ୍ଷେତ୍ରରେ ଶ୍ରମିକଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଶୋଷଣକୁ ରୋକିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

   Ad..


ଏହି ସଚେତନତା ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ବିଶେଷ ଭାବେ ସତର୍କ କରାଯାଇଛି ଯେ କିପରି ଶ୍ରମିକମାନଙ୍କୁ ବିଭିନ୍ନ ଲୋଭନୀୟ ପ୍ରସ୍ତାବ,ଅର୍ଥ ଲୋଭ ଓ ମିଥ୍ୟା ପ୍ରତିଶୃତି ଦେଇ ଫସାଇଥାନ୍ତି। ଋଣ ଜାଲରେ ଫସିବାର ଭୟଙ୍କର ପରିସ୍ଥିତି ଏବଂ ଏଥିରୁ ସୃଷ୍ଟି ହେଉଥିବା ଶୋଷଣ, ନିର୍ଯ୍ୟାତନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। 

Ad..


ଏଥିସହିତ ଶ୍ରମିକ ଚାଲାଣ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ କଠୋର ସନ୍ଦେଶ ଦିଆଯାଇଛି। ଏହା ସହିତ ଆଇନ ଅନୁସାରେ ଶ୍ରମିକଙ୍କ ପ୍ରାପ୍ୟ ଓ ଅଧିକାର ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଇଛି। 

Ad..


ଥାନା ଅଧିକାରୀ ପତାକା ପ୍ରଦର୍ଶନ ପୂର୍ବକ ଏହି ବାଇକ୍ ରାଲିର ଶୁଭାରମ୍ଭ କରିଥିଲେ। ଥାନା ଅଧିକାରୀ ରାକେଶ ବେହେରାଙ୍କ ନେତୃତ୍ୱରେ ଥାନାର ସମସ୍ତ ପୋଲିସ ଅଧିକାରୀ,କନଷ୍ଟେବଳ ଏବଂ ଗୃହରକ୍ଷୀ ବାହିନୀ ଏହି ରାଲିରେ ବାଇକ୍ ଯୋଗେ ସାମିଲ ହୋଇଥିଲେ। ପୋଲିସ ବାହିନୀର ଏହି ସଚେତନତାମୂଳକ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ତୁରେକେଲା ସରପଞ୍ଚ ଜଳନ୍ଧାର ମହାକୁଡ଼ , ସମିତି ପ୍ରମୋଦ ମହାପାତ୍ର ଓ ଅନ୍ୟ ବୁଦ୍ଧିଜୀବୀ ପୋଲିସ ର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।



Edited by k.s thakur...

Post a Comment

Previous Post Next Post