ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଗଚ୍ଛିତ ରହିଛି : IOCL ସିଜିଏମ୍‌ କମଲ ସିଲ୍...

ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଗଚ୍ଛିତ ରହିଛି : IOCL ସିଜିଏମ୍‌ କମଲ ସିଲ୍...


ଭୁବନେଶ୍ଵର,୧୬/୦୫(ନି.ପ୍ର) : ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଗଚ୍ଛିତ ରହିଛି। ରାଜ୍ୟ ସାରା ପର୍ଯ୍ୟାପ୍ତ ପେଟ୍ରୋଲ ଏବଂ ଡିଜେଲ ମହଜୁଦକୁ IOCL ଆଶ୍ୱାସନା ଦେଇଛି। 

Ad..


ଓଡିଶା ଇନ୍ଧନ ସଙ୍କଟରେ ଇନ୍ଧନ ଉପଲବ୍ଧତା ଏବଂ ପେଟ୍ରୋଲ ପମ୍ପ ବାହାରେ ଲମ୍ବା ଧାଡ଼ିକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ୍ (IOCL) ଜନସାଧାରଣଙ୍କୁ ଆଶ୍ୱାସନା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ତେଲ ଅଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ। 

    Ad..


ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ କିଣନ୍ତୁ ନାହିଁ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ।ସେ ଆଉ ମଧ୍ୟ କହିଛନ୍ତି ତୈଳ କମ୍ପାନୀଗୁଡ଼ିକ ବର୍ତ୍ତମାନ ପାଇପଲାଇନ୍ ନେଟୱାର୍କ ମାଧ୍ୟମରେ ପାରାଦୀପ ରିଫାଇନାରୀ ସହିତ ସଂଯୁକ୍ତ ଯୋଗାଣ ପଏଣ୍ଟରେ ପର୍ଯ୍ୟାପ୍ତ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରଖିଛନ୍ତି। 

Ad..


ସମସ୍ତ ଯୋଗାଣ ସ୍ଥାନରେ ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି। ଓଡ଼ିଶାର କୌଣସି ସ୍ଥାନରେ ଇନ୍ଧନର କୌଣସି ଅଭାବ ନାହିଁ।ସେ ଆଉ ମଧ୍ୟ କହିଛନ୍ତି ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର ତେଲ ଥାଏ । କିନ୍ତୁ ଅଚାନକ ୩୦ରୁ ୪୦% ବିକ୍ରି ବଢ଼ିଗଲେ ଡ୍ରାଏ ଆଉଟ୍ ସମସ୍ୟା ଉପୁଜେ। 

ଦେଶରେ ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବଢ଼ିଛି । ଏଭଳି ଅଯଥା ଅଧିକ ତେଲ କିଣି ଚାପ ପକାନ୍ତୁ ନାହିଁ। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ । ଅଧିକ ଭିଡ଼ ହେଲେ ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ପମ୍ପ ମାଲିକ ଏଭଳି କରୁଥିବେ।



Edited by k.s thakur...

Post a Comment

Previous Post Next Post