Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା...

ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା... ଭୁବନେଶ୍ଵର,୦୩/୦୫(ନି.ପ୍ର) :  ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଖୁସି...

ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା...


ଭୁବନେଶ୍ଵର,୦୩/୦୫(ନି.ପ୍ର) : ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ୪ ତାରିଖରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

Ad..


ସେ ‘ଏକ୍ସ’ ମାଧ୍ୟମରେ ଏହି ଘୋଷଣା କରିଛନ୍ତି।ବିଭିନ୍ନ କାରଣରୁ ପୂର୍ବ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ମୋଟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ଏହି ଦିନ ଟଙ୍କା ପ୍ରଦାନ କରାଯିବ। 

    Ad..


ସେମାନଙ୍କ ଆବେଦନର ଯାଞ୍ଚ ଓ ତ୍ରୁଟି ସଂଶୋଧନ ପରେ ଏହି ନିଷ୍ପତ୍ତି ନିଆଯାଇଛି।‘ଏକ୍ସ’ରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ସୁଭଦ୍ରା ଯୋଜନା ମା’ ଓ ଭଉଣୀମାନଙ୍କ ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ। 

Ad..


କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନ ରୁହନ୍ତି, ସେଥିପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।କହିରଖୁଛୁ ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନାରେ ୨୧ରୁ ୬୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ମୋଟ ୫୦,୦୦ ଟଙ୍କା ପ୍ରଦାନ କରାଯାଉଛି । ପ୍ରତି ବର୍ଷ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ଲେଖାଏଁ ସିଧାସଳଖ ବ୍ୟାଙ୍କ ଖାତାକୁ ଯାଉଛି।



Edited by k.s thakur...

No comments