ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ...

ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ...


ଭୁବନେଶ୍ୱର,୦୩/୦୫: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। 

Ad..


ପିସିସି ସଭାପତି ଭକ୍ତ ଚରଣ ଦାସ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ସନ୍ତୋଷ ସିଂ ସାଲୁଜାଙ୍କୁ ପିସିସି ସଂଗଠନ ପ୍ରଭାରୀ ଭାବେ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି।ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏବଂ ତୃଣମୂଳ୍‌ସ୍ତରରେ କଂଗ୍ରେସର ସ୍ଥିତିକୁ ସୁଧାରିବା ପାଇଁ ସାଲୁଜାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। 

   Ad..


କେବଳ ଏତିକି ନୁହେଁ ତାଙ୍କ ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଏବଂ ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ପିସିସି ସଭାପତି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।ଭକ୍ତ ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ଦଳ ମଧ୍ୟରେ ଶୃଙ୍ଖଳା ଏବଂ ସକ୍ରିୟତା ଉପରେ ଜୋର ଦେଉଛନ୍ତି। 

Ad..


ଏହି କ୍ରମରେ ସାଲୁଜାଙ୍କ ନିଯୁକ୍ତି ଦଳ ପାଇଁ ବେଶ ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ଏହି ଘୋଷଣା ପରେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।



Edited by k.s thakur...

Post a Comment

Previous Post Next Post