Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା; ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା...

ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା; ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା... ଭୁବନେଶ୍ଵର,୦୪/୦୫(ନି.ପ୍ର) :  ଯାଜପୁର ଦଶରଥପୁରରେ ଦହିବରା ଖାଇ ଜଣେ ମୃତ,...

ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା; ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା...


ଭୁବନେଶ୍ଵର,୦୪/୦୫(ନି.ପ୍ର) : ଯାଜପୁର ଦଶରଥପୁରରେ ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣାକୁ ଗୁରୁତ୍ୱର ନେଇଛନ୍ତି ରାଜ୍ୟସରକାର ।ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି । 

Ad..


କୌଣସି ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓଙ୍କ ନିର୍ଦ୍ଦେଶ ରହିଛି। ଜୟନ୍ତରା, ଦଶରଥପୁର, ଇଜାପୁର, ଚମ୍ପେଇଇପାଳ ପଞ୍ଚାୟତରେ ବାରଣ କରାଯାଇଛି।ଅନ୍ୟପଟେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସ୍ଥିତି ପରଖିଛନ୍ତି ।

      Ad..


ମନ୍ତ୍ରୀ ସମସ୍ତ ଡାକ୍ତରୀ ଟିମ୍ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ମନ୍ତ୍ରୀ ଅସୁସ୍ଥଙ୍କ ସହ ସିଧାସଳଖ କଥା ହେବା ସହ ସରକାରଙ୍କ ତରଫରୁ ସବୁ ପ୍ରକାର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। 

      Ad..


ଏହି ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗ ବ୍ୟାପିବାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଜଳ ଓ ଖାଦ୍ୟର ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଜନସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହାସହ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ସିଡିଏମଓଙ୍କ ଟିମ୍ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି। 

ଆକ୍ରାନ୍ତ ଶିଶୁମାନଙ୍କ ବିଶେଷ ଯତ୍ନ ନିଆଯିବା ସହ ଯେମିତି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବେ, ସେ ଦିଗରେ ଆମେ ସଜାଗ ଅଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାଟପୁର ଅଞ୍ଚଳର ମୃତକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିରିକ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ଏହା ସହ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି । କେମିତି ଦହିବରା ବନାଇଥିଲେ ଏବଂ କେଉଁ ପାଣି ବ୍ୟବହାର କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି।



Edited by k.s thakur...

No comments