ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରଠାରେ ଜାତୀୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରଠାରେ ଜାତୀୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...


ପଦ୍ମପୁର,୦୩/୦୫(ବିଜୟ କୁମାର ସାହୁ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଏବଂ ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ସ୍ନାତକୋତ୍ତର ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ "ଶିକ୍ଷା କ୍ଷେତ୍ରରେ ଉଦୀୟମାନ ବୈଷୟିକ ଜ୍ଞାନକୌଶଳ" ଶୀର୍ଷକ ଏକ ସପ୍ତାହବ୍ୟାପୀ ଜାତୀୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । 

        Ad..


ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ମାର୍ଗଦର୍ଶନ ଓ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

     Ad..


ସେହିପରି ଉଦଯାପନୀ ସମାରୋହରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

Ad..


ଏହି ଛଅ ଦିନିଆ ପ୍ରଶିକ୍ଷଣ ଶିବିରରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିତ ବିଷୟ ବିଶେଷଜ୍ଞମାନେ ଯୋଗଦେଇ ଶିକ୍ଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷାଦାନ କରିଥିଲେ। ଏଥିରେ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଞ୍ଜଳି ବାଜପେୟୀ...

ନୂଆଦିଲ୍ଲୀସ୍ଥିତ NCTE ଓ NIEPA ର ପ୍ରଫେସର ସନ୍ତୋଷ ପଣ୍ଡା ଓ ପ୍ରଫେସର କେ. ଶ୍ରୀନିବାସ, ଉତ୍ତରାଖଣ୍ଡର HNB କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସୀମା ଧାୱନ, କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର କେ. ଥିୟାଗୁ ଏବଂ କେରଳର କାଲିକଟ୍ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଦାମୋଦର ପ୍ରସାଦ ପ୍ରମୁଖ ବିଭିନ୍ନ ବୈଷୟିକ ଅଧିବେଶନରେ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇଥିଲେ। 

ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗ ମୁଖ୍ୟ ଡ. ତୁଷାରକାନ୍ତ ସାହୁ ,ଡ. ଭେଙ୍କଟେଶ୍ୱର ମେହେର ଓ ଡ. ସସ୍ମିତା ମେହେର ସଂଯୋଜନା କରିଥିବା ବେଳେ,ଉପଦେଷ୍ଟା ଭାବରେ ସହଯୋଗ କରିଥିଲେ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ।  ଉଭୟ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।



Edited by k.s thakur...

Post a Comment

Previous Post Next Post