ନୂଆ ଟିମ୍‌ରେ ଦ୍ବିତୀୟ ବର୍ଷ ଆରମ୍ଭ କରିବେ ମୋହନ : ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ !

ନୂଆ ଟିମ୍‌ରେ ଦ୍ବିତୀୟ ବର୍ଷ ଆରମ୍ଭ କରିବେ ମୋହନ : ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ !


ଭୁବନେଶ୍ବର,୨୭/୦୫(ବ୍ୟୁରୋ) : ଜୁନ୍‌ ୧୨ରେ ମୋହନ ସରକାର ଦୁଇ ବର୍ଷ ପୂରଣ କରି‌ବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଟିମ୍ ଗଠନ କରିବେ। ଅର୍ଥାତ୍ ରାଜ୍ୟ ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଥିବା ୬ଟି ପଦବି ପୂରଣ ହେବ। 

Ad..


ସବୁ ବୋର୍ଡ ଓ ନିଗମ ପଦବି ପୂରଣ ହେବ। ଏଥି ପାଇଁ କେନ୍ଦ୍ରୀୟ ବିଜେପିର ସବୁଜ ସଂକେତ ମିଳି ସାରିଥିବାବେଳେ ଆସନ୍ତା ସପ୍ତାହ ଭିତରେ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି।

    Ad..


ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ସମେତ ସଂଗଠନ ଦାୟିତ୍ବରେ ଥିବା ନେତାଙ୍କୁ ଭେଟିଛନ୍ତି। 

ଗତକାଲି ବିଜେପି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିର କେତେକ ବରିଷ୍ଠ ନେତା, ଦୁଇ ପ୍ରଭାରୀଙ୍କ ବୈଠକ ବସିଛି। ଏଥିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଛି।

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏବେବି ୬ଟି ମନ୍ତ୍ରୀ ମଦ ଖାଲି ପଡ଼ିବା ଏବଂ ବୋର୍ଡ ଓ ନିଗମ ସଭାପତି/ଅଧ୍ୟକ୍ଷ ନିଯୁକ୍ତି ହେଉନଥିବାରୁ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଜେଡି-କଂଗ୍ରେସ ଆଡ଼ୁ ଆସୁଥିବା ନେତାଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। 

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳର ସଂଗଠନକୁ ସୁଦୃଢ଼ ନକଲେ ସରକାର ଅକଳରେ ପଡ଼ିବାର ଆଶଙ୍କା ଥିବାରୁ ସମସ୍ତ ପ୍ରକ୍ରିୟା ତୁରନ୍ତ ସାରିବାକୁ କୁହାଯାଇଛି।ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। 

କେବଳ ମନ୍ତ୍ରିମଣ୍ଡଳର କଳେବର ବଢ଼ିବନି, ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ଉପରେ ବିଚାରବିମର୍ଶ ଚାଲିଛି। 

ବିଶେଷକରି ଦଳରେ ଦୀର୍ଘ ବର୍ଷ ଧରି କାମ କରୁଥିବା ନେତାମାନଙ୍କୁ ନିଯୁକ୍ତି ଦିଆଯିବ। ମନ୍ତ୍ରୀ ଶ୍ରୀ ପୂଜାରୀ ଇଙ୍ଗିତ ଦେଇଛନ୍ତି ଯେ ଦୀର୍ଘ ବର୍ଷ ଧରି ଦଳରେ କାର୍ଯ୍ୟ କରୁଥିବା ବିଧାୟକ ଏବଂ ନେତାଙ୍କୁ ନୂଆ ପଦବି ମିଳିବ। 

ଅର୍ଥାତ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ।ଅର୍ଥାତ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ। 

ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ଚିରାଚରିତ ଢଙ୍ଗରେ କହିଛନ୍ତି ଦଳର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ତାହାକୁ କାର୍ଯ୍ୟକାରୀ କରାଯିବ। ଠିକ୍‌ ସମୟରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ରହିଆସିଛି। କୌଣସି ଅଦୃଶ୍ୟ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନି।



Edited by k.s thakur...

Post a Comment

Previous Post Next Post