Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ନୂଆ ରୂପରେ ଆସିବ ମେଟ୍ରୋ : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର...

ନୂଆ ରୂପରେ ଆସିବ ମେଟ୍ରୋ :  ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର... ଭୁବନେଶ୍ଵର,୦୨/୦୫(ନି.ପ୍ର) :  ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ନୂଆ ରୂପରେ ଆସ...

ନୂଆ ରୂପରେ ଆସିବ ମେଟ୍ରୋ : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର...


ଭୁବନେଶ୍ଵର,୦୨/୦୫(ନି.ପ୍ର) : ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ନୂଆ ରୂପରେ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। 

Ad..


ପୁରୀ, ଭୁବନେଶ୍ୱର ଓ କଟକ — ଏହି ତିନି ସହରକୁ ନେଇ ବୃହତ ମେଟ୍ରୋ ପରିକଳ୍ପନା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।କେବଳ ଭୁବନେଶ୍ୱର ନୁହେଁ, ପୁରୀ, ଭୁବନେଶ୍ୱର ଓ କଟକକୁ ମିଶାଇ ଏକ ସମନ୍ୱିତ ମେଟ୍ରୋ କରିଡର ପରିକଳ୍ପନା କରାଯାଉଛି। 

    Ad..


ଏହା ଦ୍ୱାରା ତିନି ସହର ମଧ୍ୟରେ ଯାତାୟାତ ସୁଗମ ହେବା ସହ ପର୍ଯ୍ୟଟନ ଓ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। 

Ad..


ମେଟ୍ରୋ କେବଳ ଗମନାଗମନ ନୁହେଁ, ରୋଜଗାର, ରିୟଲ ଇଷ୍ଟେଟ, ବ୍ୟବସାୟ ଓ ସେବା କ୍ଷେତ୍ରକୁ ବି ଆଗକୁ ନେବ,” ବୋଲି ମନ୍ତ୍ରୀ ମତ ରଖିଛନ୍ତି।ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ମେଟ୍ରୋ ବିରୋଧରେ ନାହାନ୍ତି । 

ସରକାର ମେଟ୍ରୋ କରିବାକୁ ଚାହୁଁଛନ୍ତି । କିନ୍ତୁ ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ନିର୍ମାଣ ସମୟରେ ଲୋକେ ହନ୍ତସନ୍ତ ହେବେ । ଟ୍ରାଫିକ ଜାମ ଓ ଜନ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରଥମେ ବିକଳ୍ପ ରାସ୍ତା ଦରକାର।ମେଟ୍ରୋ ଭଳି ବଡ଼ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଓ ବୈଷୟିକ ସହାୟତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।



Edited by k.s thakur...

No comments