Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲେ ସାମ୍ବାଦିକ...

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲେ ସାମ୍ବାଦିକ... ନୟାଗଡ଼,୦୫/୦୫(ନି.ପ୍ର): ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆର ...

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲେ ସାମ୍ବାଦିକ...



ନୟାଗଡ଼,୦୫/୦୫(ନି.ପ୍ର): ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆର ଅପବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ବ୍ୟକ୍ତିବିଶେଷ, ସାମ୍ବାଦିକ, ରାଜନେତା ଓ ସମ୍ମାନଜନକ ସଂଗଠନ ବିରୁଦ୍ଧରେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ କ୍ରମାଗତ ଭାବେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ପ୍ରଦାନ କରୁଛନ୍ତି। 

        Ad..


ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ନୟାଗଡ଼ ଜିଲ୍ଲାର ବହୁ ସଂଖ୍ୟକ ସାମ୍ବାଦିକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ଶ୍ରୀମତୀ ଏସ୍. ସୁଶ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସାମ୍ବାଦିକ ମାନଙ୍କ ଅଭିଯୋଗ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୀମା ଲଂଘନ କରି ବ୍ୟକ୍ତିଗତ ଆକ୍ରୋଶ ରଖି ଅରୁଚିକର ଭାଷା ପ୍ରୟୋଗ କରୁଛନ୍ତି। 

    Ad..


ଏହାଦ୍ୱାରା କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ମାନ ହାନି ହେଉନାହିଁ, ବରଂ ସମାଜରେ ଏକ ନକାରାତ୍ମକ ବାର୍ତ୍ତା ଯାଉଛି ଏବଂ ଶାନ୍ତି ଶୃଙ୍ଖଳା ବିଗିଡ଼ିବାର ଭୟ ରହୁଛି। ବିଶେଷ କରି କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦିଆଯାଉଥିବାରୁ ଏହା ସାମ୍ବାଦିକତା କ୍ଷେତ୍ରରେ ଏକ ବଡ଼ ବାଧା ଭାବେ ଉଭା ହୋଇଛି।

Ad..



ଏହି ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ସାଇବର ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ଏବଂ ଅଶାଳୀନ ମନ୍ତବ୍ୟ ଦେଉଥିବା ଆଇଡି ଗୁଡ଼ିକର ତଦନ୍ତ କରି ସେମାନଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରାଯାଇଛି।

​ନୟାଗଡ଼ ଏସପି ଶ୍ରୀମତୀ ଏସ୍. ସୁଶ୍ରୀ ସାମ୍ବାଦିକମାନଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ସହ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ​ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାର ବହୁ ବରିଷ୍ଠ ଓ ଯୁବ ସାମ୍ବାଦିକ ଉପସ୍ଥିତ ଥିଲେ।



Edited by k.s thakur...

No comments