ବଡ଼ଭାଇର ଜୀବନ ନେଇ ଆଜୀବନ ଦଣ୍ଡ ପାଇଲା ସାନଭାଇ...
କଣ୍ଟାବାଞ୍ଜି,୨୪/୦୪(ନି.ପ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କନ୍ଦେଇ ଗାଁରେ ଗତ ୨୦୨୨ ମସିହା ନଭେମ୍ବର ମାସ ୧୧ ତାରିଖ ରେ ହୋଇଥିବା ଏକ ହତ୍ୟାକାଣ୍ଡ ଘଟଣାରେ ଆଜି ମାନ୍ୟବର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ହତ୍ୟାକାରୀ ତ୍ରିଲୋକ ଚନ୍ଦ ଓରଫ ଟିକଚନ୍ଦ ବାଗଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ ଥିବା ଜଣାପଡିଛି।
Ad..
ସୂଚନା ଅନୁସାରେ, ଟିକଚନ୍ଦ ନିଜ ବଡ଼ ଭାଇ ଫୁଲପ୍ରସାଦ ବାଗଙ୍କୁ ଗାଁ ପାଖ ଅର୍ଜୁନିନଦୀକୁ ସକାଳେ ଶୌଚପାଇଁ ଯାଇଥିବା ସମୟରେ ଘରୋଇ କଳହ ଉପରେ ନଦୀ ତୁଠରେ ଯୁକ୍ତିତର୍କ ହୋଇଥିଲା। ନାଳରେ ଶୌଚ ହେଉଥିବା ଗାଁ ର ପଡୋଶୀ ଲୋକ ୨ଭାଇଙ୍କ ଝଗଡା ବାପା ଚେରୁ ବାଗ ଙ୍କୁ ଜଣାଇବା ପରେ, ବାପାଙ୍କ ସହ ଅନ୍ୟ ସବା ସାନ ପୁଅ ଅର୍ଜୁନି ନାଳରେ ପହଞ୍ଚିବା ପରେ ପୁଅ ଟିକଚନ୍ଦଙ୍କ ଜୀବନ ଯାଇଥିଲା।
Ad..
ବାପା ନାଳକୁ ପହଂଚିବା ପୂର୍ବରୁ ଟିକଚନ୍ଦ ରାଗି ଯାଇ ନିଜ ବଡ଼ ଭାଇ ଫୁଲପ୍ରସାଦକୁ ପଥରରେ ଛେଚି ହତ୍ୟା କରି ସାରିଥିଲା। ହତ୍ୟା ପରେ ନଦୀରେ ଫୋପାଡ଼ି ନିଜେ ବଡ଼ ଭାଇକୁ ମାରି ମୋର ବଂଚିବା ଅଧିକାର ନାହିଁ ବୋଲି ବାପାକୁ ଜଣାଇ ଦୌଡ଼ି ପଳାଇବା ସହ ନିଜ ଗାମୁଛା ରେ ବେକରେ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ବାପା ଓ ଭାଇ ଧରି ପକାଇବା ପରେ ତ୍ରିଲୋକ ଚନ୍ଦ ଛଡେଇ ହୋଇ ପାଖ ଜଙ୍ଗଲରେ ଲୁଚି ଥିଲା।
Ad..
ବାପା ଚେରୁ ବାଗଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତୁରେକେଲା ପୁଲିସ ଏକ ହତ୍ୟା ମାମଲା ତୁରେକେଲା କେସ ନଂ ୨୧୭/୦୮.୧୧.୨୨ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ଥିଲେ ତାତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି।ପରେ ସମସ୍ତ ପ୍ରମାଣ ସହ ଚାର୍ଜସିଟ କୋର୍ଟରେ ଦାଖଲ ପରେ ଚାର୍ଜ ଫ୍ରେମ ହୋଇ କେସ ଚାଲୁ ଥିଲା।
ଏହି ହତ୍ୟା ଘଟଣାରେ ତଦନ୍ତକାରି ପୁଲିସ ଅଧିକାରୀ ଡାକ୍ତର,ଶବ ବ୍ୟବଚ୍ଛେଦ ରିପୋର୍ଟ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଦେଖି ଆଜି ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତେବେ ଆଜୀବନ କାରାଦଣ୍ଡ ସହ ୨୫୦୦୦ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି।
ଅନାଦେୟ ହେଲେ ଆହୁରି ଏକ ବର୍ଷ ଜେଲ ତଣ୍ଡ ଭୋଗିବେ ବୋଲି ରାୟ ରେ ଶୁଣାଇଛନ୍ତି। ଅଭିଯୁକ୍ତ ଘଟଣା ପରଠାରୁ ବିଚାରଧୀନ ବନ୍ଦୀ ଭାବରେ କଣ୍ଟାବାଞ୍ଜି ଉପକାରାଗାରରେ ଥିଲେ। ଅଭିଯୁକ୍ତଙ୍କୁ ଜାମିନ ମିଳି ନଥିଲା।
ଏହି ମାମଲାରେ ସରକାରୀ ଓକିଲ ଭାବରେ ସିଲେନ କିଣ୍ଡୋ ଓ ଅଭିଯୁକ୍ତଙ୍କ ତରଫରୁ ରାଜ୍ୟ ସରକାରଙ୍କ କାଉନସିଲିଙ୍ଗ ଓକିଲ ସଞ୍ଜୟ ନାଥ ମକଦମା ପରିଚାଳନା କରୁଥିଲେ।
Edited by k.s thakur...




