ମହିଳା ସଶକ୍ତୀକରଣ ଏକ ଜାତୀୟ ଆବଶ୍ୟକତା : ରାଜ୍ୟପାଳ...

ମହିଳା ସଶକ୍ତୀକରଣ ଏକ ଜାତୀୟ ଆବଶ୍ୟକତା : ରାଜ୍ୟପାଳ...


ଭୁବନେଶ୍ୱର,୧୩/୦୪(ନି.ପ୍ର): ମହିଳା ସଶକ୍ତୀକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ । ଯେଉଁ ସମାଜ ମହିଳାଙ୍କୁ ସମ୍ମାନ ଦିଏ ଏବଂ ସେମାନଙ୍କର ବିକାଶ କରେ,  ସେହି ସମାଜ ଶକ୍ତି ଓ ମର୍ଯ୍ୟାଦା ସହ ଅଗ୍ରଗତି କରେ ବୋଲି ରବିବାର ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ନାରୀ ଶକ୍ତି – ଓଡ଼ିଆ ଅସ୍ମିତା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଏହା କହିଛନ୍ତି।

Ad..


ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବାକୁ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା ଶାସନରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇ ଗଣତନ୍ତ୍ରକୁ ମଜବୁତ କରିବ।

    Ad..


ଏତତବ୍ୟତୀତ ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଓଡ଼ିଆ ଅସ୍ମିତା ରାଜ୍ୟର ଐତିହ୍ୟରେ ଗଭୀର ଭାବେ ପ୍ରତିଫଳିତ ଏବଂ ମହିଳାମାନେ ଏହାର ସଂରକ୍ଷଣ ଓ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।ମହିଳା ନେତୃତ୍ୱାଧୀନ ବିକାଶ ଏକ ବିକଶିତ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଛନ୍ତି।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସମ୍ମାନିତ ହୋଇଥିବା ମହିଳାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ନିଶ୍ଚିତ କରିବା ପାଇଁ ସମଷ୍ଟିଗତ ପ୍ରୟାସ ପାଇଁ ମାନ୍ୟବର ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । 

ଏହି କାର୍ଯ୍ୟକ୍ରମରେ ଦ ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ରେସପନ୍ସ ହେଡ୍ ପ୍ରୋଗ୍ୟାବ୍ରତ ବ୍ରହ୍ମ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବ୍ୟୁରୋ ଚିଫ୍ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post