ଦୁର୍ଘଟଣା ରେ ଗୁରୁତର ଯୁବକ ଙ୍କ ଜୀବନ ବଞ୍ଚାଇଲେ ବିକାଶ ମଞ୍ଚ ମୁରିବାହାଲ ବ୍ଲକ ସଦସ୍ୟ... ମୁରିବାହାଲ ୨୫/୦୪ (ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଦେ...
ଦୁର୍ଘଟଣା ରେ ଗୁରୁତର ଯୁବକ ଙ୍କ ଜୀବନ ବଞ୍ଚାଇଲେ ବିକାଶ ମଞ୍ଚ ମୁରିବାହାଲ ବ୍ଲକ ସଦସ୍ୟ...
ମୁରିବାହାଲ ୨୫/୦୪ (ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଦେବଙ୍ଗ ଛକ ନିକଟ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ପଡି ରହିଥିବା ବେଳେ ବିକାଶ ମଞ୍ଚ ମୁରିବାହାଲ ବ୍ଲକର ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ଅମରେଶ ମାଝୀ, ମନୁ ହଂସ, ପିଙ୍କୁ ବାଗ ଡାକ୍ତର ଖାନା ରେ ଭର୍ତ୍ତି କରି ଜୀବନ କୁ ବଞ୍ଚାଇ ଥିବା ଦେଖିବାକୁ ମିଳିଛି।
Ad..
ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା କଂସିଲ ଗ୍ରାମର ଯୁଗଳ ସାହୁ ମୁରିବାହାଲ ଥାନା କନ୍ଧେନଝୁଲା ଗ୍ରାମକୁ ବିବାହ ଘର ଭୋଜି ଖାଇବା ପାଇଁ ଯାଉଥିବା ବେଳେ ଦେବଙ୍ଗ ଛକ ନିକଟ ରେ କୌଣସି କାରଣ ରୁ ବାଇକ ସହ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ରାସ୍ତା କଡରେ ଗୁରୁତର ଭାବରେ ପଡିଥିଲେ।
Ad..
ସେହି ରାସ୍ତା ଦେଇ ଆସୁଥିବା ବିକାଶ ମଞ୍ଚର ସଦସ୍ୟ ମାନେ ଦେଖି ସ୍ଥାନୀୟ ଲୋକଙ୍କୁ ଙ୍କୁ କହିବା ସହ ୧୦୮ ଆମ୍ବୁଲାନ୍ସ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା । ପରବର୍ତ୍ତୀ ସମୟରେ ମୁରିବାହାଲ ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀକାନ୍ତ ସେଠ ଙ୍କୁ ଯୋଗାଯୋଗ କରି ଅଗ୍ନିଶମ ବିଭାଗର ଗାଡି ଆଣିବା ପାଇଁ କହିଥିଲେ।
Ad..
ଶୀଘ୍ର ଦୁର୍ଘଟଣା ହୋଇଥିବା ସ୍ଥାନରେ ଅଗ୍ନିଶମ ବିଭାଗର ଗାଡ଼ିରେ ପହଞ୍ଚି ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଯୁବକ ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୁରିବାହାଲ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ବିପର୍ଯୟ। ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ସେବା।
ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବହୁତ ଲୋକେ ନିର୍ଭର କରୁଥିବା ବେଳେ ଆଉ ଗୋଟିଏ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ବିକାଶ ମଞ୍ଚ ମୁରିବାହାଲ ବ୍ଲକ ରୁ ଦାବୀ ହେଉଛି।ତେବେ ବିକାଶ ମଞ୍ଚ ମୁରିବାହାଲ ବ୍ଲକର ଏହି ଭଲି କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି।
Edited by k.s thakur...





No comments