Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ୟୁକୋ ବ୍ୟାଙ୍କରୁ ୧.୮ କୋଟି ଟଙ୍କା ଠକେଇ...

ୟୁକୋ ବ୍ୟାଙ୍କରୁ ୧.୮ କୋଟି ଟଙ୍କା ଠକେଇ... ବାରିପଦା,୨୫/୦୪(ନି.ପ୍ର) :  ବାରିପଦାରେ ବ୍ୟାଙ୍କକୁ  ଠକେଇ  ଅଭିଯୋଗ। ବ୍ୟାଙ୍କରେ ଜାଲ୍‌ ଦସ୍ତଖତ କରି ବାରିପଦା ମ୍ୟୁନିସ...

ୟୁକୋ ବ୍ୟାଙ୍କରୁ ୧.୮ କୋଟି ଟଙ୍କା ଠକେଇ...


ବାରିପଦା,୨୫/୦୪(ନି.ପ୍ର) : ବାରିପଦାରେ ବ୍ୟାଙ୍କକୁ ଠକେଇ ଅଭିଯୋଗ। ବ୍ୟାଙ୍କରେ ଜାଲ୍‌ ଦସ୍ତଖତ କରି ବାରିପଦା ମ୍ୟୁନିସିପାଲଟି ଆକାଉଣ୍ଟରୁ ଏକ କୋଟି ଟଙ୍କା ଚଳୁ କରି ନେଇଛନ୍ତି ଦୁର୍ବୃତ୍ତ। 

        Ad..


ବାରିପଦା ୟୁକୋ ବ୍ୟାଙ୍କର ବାରିପଦା ଶାଖା ପ୍ରବନ୍ଧକ ସୁଧାଂଶୁ ଶେଖର ସାମଲ ଏ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାରିପଦା ୟୁକୋ ବ୍ୟାଙ୍କ ରୁ ଗତ ୨୨.୦୯.୨୫ ଏବଂ ପୁଣି ୧୩.୦୨.୨୬ରେ କେହି ଜଣେ ଦୁର୍ବୃତ୍ତ ନିଜକୁ ବାରିପଦା ମ୍ୟୁନିସିପାଲଟିର କର୍ମଚାରୀ ଦର୍ଶାଇ ପରିଚୟପତ୍ର ଦେଖାଇ ଥିଲେ। 

      Ad..


ଏପରିକି ସେ ମ୍ୟୁନିସିପାଲଟିର ପ୍ୟାଡରେ ମ୍ୟୁନିସିପାଲଟି ଆକାଉଣ୍ଟର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ବଦଳ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ କର୍ତ୍ତୁପକ୍ଷ ଏହା ଠକେଇ ବୋଲି ଜାଣି ପାରି ନ ଥିଲେ। ଦୁର୍ବୁତ୍ତ ଜଣକ କୁଆଡେ  ଭିନ୍ନ ଭିନ୍ନ ଆକାଉଣ୍ଟକୁ ମ୍ୟୁନିସିପାଲଟିର ଏକ କୋଟି ଆଠ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ରେ ଦର୍ଶାଯାଇଛି।

    Ad..


ବାରିପଦା ଟାଉନ ଥାନା ରେ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି। ଅନୁରୂପ ଭାବେ ବେତନଟୀ ଶାଖାରୁ  ନିଜକୁ ବିଡିଓଙ୍କ ପ୍ରତିନିଧି  ଦର୍ଶାଇ ୨ କୋଟି ୨୬ ଲକ୍ଷ ଜଣେ ଅଣ ଓଡ଼ିଆ ଉଠାଇ ନେଇଛି। 

ଏ ନେଇ ବେତନଟୀ ଥାନା ରେ ଅଭିଯୋଗ ହୋଇଛି।ସୂଚନା ଯୋଗ୍ୟ ୩ ବର୍ଷ ପୂର୍ବେ ଜଣେ ଅଣ ଓଡ଼ିଆ ଜିଲ୍ଲାପାଳଙ୍କ ଜାଲ ଦସଖତ୍ ରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବାରିପଦା ଶାଖାରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିଲା। 

ତଥାପି ଚେତା ପଶିଲାନି। ଅଣ ଓଡ଼ିଆ ମାନେ ନିଜକୁ ପ୍ରଶାସନର ପ୍ରତିନିଧି କହି ଟଙ୍କା ଉଠାଇ ନେଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ସତର୍କ ନ ହେବା ଆଶ୍ଚର୍ୟ୍ଯ କରିଛି।



Edited by k.s thakur...

No comments