ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ...

ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ...


ପୁରୀ,୨୧/୦୪(ନି.ପ୍ର) : ଗତକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ପବିତ୍ର କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରୁ ଆଜ୍ଞାମାଳ ବିଜେ କରିଛି।

Ad..


ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧି ଅନୁସାରେ ୩ ବାଡରୁ ଆଜ୍ଞାମାଳ ଅଣାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ପାଇବା ପରେ ହିଁ ମହାରଣା, ଭୋଇ ସେବକ ଏବଂ ଅନ୍ୟ ନିଯୋଗମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ।

     Ad..


ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ପୂର୍ବରୁ ନିର୍ଦ୍ଧିଷ୍ଟ କାଠ ପୁରୀରେ ପହଞ୍ଚି ସାରିଛି।ଆଜ୍ଞାମାଳ ଆସିବା ସହ ପୁରୀ ସହରରେ ରଥଯାତ୍ରାର ପ୍ରସ୍ତୁତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଗଲା। 

Ad..


ଆଗାମୀ ଦୁଇ ମାସ ଧରି ରଥଖଳାରେ ଶତାଧିକ ମହାରଣା, ଭୋଇ, କମାର, ଚିତ୍ରକର, ରୂପକାର ସେବକଙ୍କ ଗହଣରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ।



Edited by k.s thakur...

Post a Comment

Previous Post Next Post