ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ୨୬ ରୁ ଶୁଭାରମ୍ଭ...
ବରଗଡ଼/ପାଇକମାଳ,୨୫/୦୪(ବିଜୟ କୁମାର ସାହୁ) :ବରଗଡ଼ ଜିଲ୍ଲା ନୃସିଂହନାଥ ପର୍ଯ୍ୟଟନ କ୍ଷେତ୍ର ର ମହାପ୍ରଭୁ ମାର୍ଜାରକେଶରୀ ଙ୍କ ପାଞ୍ଚ ଦିନିଆ ବୈଶାଖ ମେଳା ଓ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମ ଉତ୍ସବ ବୈଶାଖ ଶୁକ୍ଳ ପକ୍ଷ ଦଶମୀ ୨୬ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।
Ad..
୨୬ ତାରିଖ ରବିବାର କଳସ ଅଧିବାସ, ଅଙ୍କୁରାରୋପଣ, ବିଶ୍ୱଶାନ୍ତି ମହାଯଜ୍ଞର ପ୍ରସ୍ତୁତ,୨୭ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ,ପାର୍ଶ ଦେବାଦେବୀ ନିମନ୍ତ୍ରଣ, ବ୍ରହ୍ମାବରଣ,ଗୋ ପୂଜନ, ବୀଜମନ୍ତ୍ର ଜପ, ହୋମଯଜ୍ଞ, ୨୮ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞ...
Ad..
ହୋମଯଜ୍ଞ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ,୨୯ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ୩୦ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞ, ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ସନ୍ଧ୍ୟା ୭ ଘଣ୍ଟା ରେ ଆଦିକନ୍ଧ ସମାଜ ଦ୍ବାରା ପିତ କନ୍ଦା ଭୋଗ ଅର୍ପଣ...
Ad..
ମୁଖ୍ୟ ମନ୍ଦିର ରେ ଧ୍ବଜା ବନ୍ଧନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସେ ୧ ତାରିଖ ପୂର୍ଣ୍ଣିମା ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି, କର୍ତ୍ତା ଙ୍କ ସହସ୍ର ସ୍ନାନ ସନ୍ଧ୍ୟା ଆଳତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ର ବ୍ୟବସ୍ଥା ସହ ପାଞ୍ଚ ଦିନ ଧରି ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି।
ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ବୈଶାଖ ମେଳା ନିମନ୍ତେ ପ୍ରଶାସନ, ମନ୍ଦିର ଟ୍ରଷ୍ଟ ବୋର୍ଡ ଓ କମିଟି ତରଫରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇ ବୈଶାଖ ମେଳା ଶୁଭାରମ୍ଭ ହେଉଛି।
Edited by k.s thakur...




