କବି ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ...
ଭୁବନେଶ୍ୱର,୨୧/୦୪(ନି.ପ୍ର): ଓଡ଼ିଶା ସାହିତ୍ୟ ଏକାଡେମୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟଙ୍କ ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ କବି ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି।
Ad..
ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଗୀତ ଗୋବିନ୍ଦ ବିଷାରଦ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ ମନ୍ତ୍ରୀ ଡ଼ ଅରବିନ୍ଦ ଢ଼ାଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ...
Ad..
ବିଶିଷ୍ଟ ଗବେଷକ ପ୍ରଫେସର ରଘୁନାଥ ପଣ୍ଡା, ବିଶିଷ୍ଟ ସ୍ତମ୍ଭକାର ପ୍ଦ୍ୟୁମ୍ନ ଶତପଥୀ, ବିରୁପାକ୍ଷ ତ୍ରିପାଠୀ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କବି ଶ୍ରୀଜୟଦେବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Ad..
"ଆମ ଦେଶରେ ଯେଉଁ କେତେଜଣ ମହାନ କବିମାନେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ଶ୍ରୀଜୟଦେବ ହେଉଛନ୍ତି ଅନ୍ୟତମ। ଜୟଦେବଙ୍କ କୃତି ଆମ ଆଧ୍ୟାତ୍ମିକ ଅସ୍ମିତାର ଏକ ନିଚ୍ଛକ ନିଦର୍ଶନ। କବି ଶ୍ରୀ ଜୟଦେବଙ୍କ ରଚିତ ଗୀତଗୋବିନ୍ଦରେ ବୈଷ୍ଣବ ସଂସ୍କୃତି ପ୍ରତିଫଳିତ।
ଏହା ହେଉଛି ପ୍ରେମ ଏବଂ ସମର୍ପିତ ଭକ୍ତି ଭାବର ମହାକାବ୍ୟ। କବି ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦ ଆମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ପରିପୁଷ୍ଟ କରିଛି" ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼ ଚନ୍ଦ୍ର ଶେଖର ହୋତା ପରିଚାଳନା କରିଥିଲେ।
Edited by k.s thakur...




