ରାଜ୍ୟ ଯୋଜନା ବୋର୍ଡ ହେଲା ‘SITI ଓଡିଶା’...
ଭୁବନେଶ୍ଵର,୧୯/୦୪(ନିପ୍ର) : ଓଡ଼ିଶା ସରକାର ଦୀର୍ଘଦିନ ଧରି ରହିଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଏକ ନୂତନ ନୀତିଗତ ଚିନ୍ତାଧାରା, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ (SITI-Odisha) ସହିତ ବଦଳାଯାଇଛି।
Ad..
ନୀତି ଆୟୋଗର ଢାଞ୍ଚାରେ ନିର୍ମିତ, ନୂତନ ଭାବରେ ପ୍ରତିଷ୍ଠିତ ରାଜ୍ୟ ପରିବର୍ତ୍ତନଶୀଳ ପଦକ୍ଷେପ ପ୍ରତିଷ୍ଠାନ, ଶାସନ ପାଇଁ ଅଧିକ ଗତିଶୀଳ ହେବାର ଲକ୍ଷ୍ୟ ରଖିଛି।
Ad..
ଏହି ନୂତନ ପ୍ରତିଷ୍ଠାନ ରଣନୈତିକ ନୀତି ଗଠନ, ତଥ୍ୟ-ଚାଳିତ ଯୋଜନାକୁ ସୁଦୃଢ଼ କରିବା ଏବଂ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
Ad..
ନୂଆ ଢାଞ୍ଚା କେମିତି ରହିବ :
SITI-Odishaର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ। ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ ।୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ୍ କରାଯିବ।ସଦସ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ମିଳିବ ।
ରାଜ୍ୟ ଉନ୍ନୟନ କମିଶନର ପରିଷଦର ସଦସ୍ୟ ସଚିବ ରହିବେ।ଜଣେ ବରିଷ୍ଠ IAS ଅଧିକାରୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଦାୟିତ୍ୱ ଦିଆଯିବ ।ବିଭିନ୍ନ ବିଭାଗରୁ ୯ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ରହିବେ।ପ୍ରତିଷ୍ଠିତ ଅନୁଷ୍ଠାନର ୨ ଜଣ ବିଶେଷଜ୍ଞଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଆଯିବ।
Edited by k.s thakur...




