ଏପ୍ରିଲ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ...
ଭୁବନେଶ୍ଵର,୨୫/୦୪(ନି.ପ୍ର) : ଆସନ୍ତା ୩୦ ତାରିଖ ଦିନ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ମାତ୍ର ଦିନକ ପାଇଁ ବସୁଥିବା ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇପାରେ।
Ad..
ବିଧାନସଭା ଭବନରେ ଦିନ ୧୧ଟାରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ।ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏବେ ରାଜ୍ୟଗୁଡ଼ିକରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
Ad..
ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।ଅଧିକାରୀଙ୍କ ଅନୁଯାୟୀ, ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଏକ ପ୍ରସ୍ତାବ ପାରିତ କରିବା ଏବଂ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ନିଆଯାଇଥିବା...
Ad..
ମତ ଉପରେ ପ୍ରଶ୍ନ ଉଠାଇବା ସ୍ୱତନ୍ତ୍ର ଅଧିବେଶନର ମୁଖ୍ୟ କାର୍ଯ୍ୟସୂଚୀ ହୋଇପାରେ।ଶାସକ ଦଳ ବିରୋଧୀ ଦଳଗୁଡ଼ିକୁ ସେମାନଙ୍କ ଆଭିମୁଖ୍ୟ ଉପରେ ଘେରିବା ପାଇଁ ଏହି ଅଧିବେଶନକୁ ବ୍ୟବହାର କରିବାର ସମ୍ଭାବନା ମଧ୍ୟ ରହିଛି।
Edited by k.s thakur...




