ମେ ୯ ରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ...
ବରଗଡ଼,୨୨/୦୪(ବିଜୟ କୁମାର ସାହୁ): ଆସନ୍ତା ମେ ୯ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବରଗଡ଼, ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର ଅଦାଲତ ପରିସରରେ ଆସନ୍ତା ମେ ମାସ ୯ ତାରିଖ (ଶନିବାର) ଦିନ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।
Ad..
ଏହି ଲୋକ ଅଦାଲତକୁ ଜାତୀୟ ଆଇନ ସେବା ପ୍ରାଧ୍ଵକରଣ, ଦିଲ୍ଲୀ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶାନୁସାରେ ଆୟୋଜନ କାରାଯାଉଛି । ଏଥିରେ ଦାଖଲ ହୋଇଥିବା ଓ ପ୍ରି-ଲିଟିଗେସନ ମାମଲାଗୁଡିକୁ ସମ୍ମତିଭିତିକ ଭାବରେ ସମାଧାନ କରାଯିବ ।
Ad..
ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧ୍ଵନ ମକଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ, ଲୋକ ସେବା ସମ୍ବନ୍ଧୀୟ ମାମଲା, ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ପାରିବାରିକ ବିବାଦ, ଜମି ଅଧୁଗ୍ରହଣ, ଚାକିର ସମ୍ବନ୍ଧୀୟ (ପେନସନ), ରାଜସ୍ୱ ମାମଲା, ମୋଟର ଯାନ ଅଧିନିୟମ ମାମଲା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ।
Ad..
ଲୋକ ଅଦାଲତରେ ମଦଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ। ଲୋକ ଅଦାଲତଙ୍କକ ରାୟ ବୈଧ ଓ ଚୂଡାନ୍ତ । ଦୀର୍ଘଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ।
ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ, ବରଗଡ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ ସହିତ ଯୋଗାଯୋଗ କରିବାକକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁରୋଧ କରିଛନ୍ତି।
Edited by k.s thakur...




