ମୁରିବାହାଲରେ ପଞ୍ଚାୟତ ରାଜନୀତି ସରଗରମ ; ସଂରକ୍ଷଣ ତାଲିକାକୁ ନେଇ ବଢୁଛି ଉତ୍କଣ୍ଠା...
ମୁରିବାହାଲ,୧୯/୦୪(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ଏବେ ଗାଁ ରାଜନୀତି ର ଚରମ ସୀମାରେ ଚା ଦୋକାନଠାରୁ ଆରମ୍ଭ କରି ଗାଁ ଖଟି ସବୁଠି ଗୋଟିଏ ଆଲୋଚନା ଆମ ପଞ୍ଚାୟତର ଭାଗ୍ୟ କେଉଁଆଡ଼େ ଯିବ।
Ad..
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଆସନ ସଂରକ୍ଷଣ ପ୍ରସଙ୍ଗ ଏବେ ଆଶାୟୀ ପ୍ରାର୍ଥୀଙ୍କ ନିଦ ହଜାଇ ଦେଇଛି। ନିକଟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୭ ତାରିଖ ଅର୍ଥାତ ଗତକାଲି ସୁଦ୍ଧା ଆପତ୍ତି ଓ ଅଭିଯୋଗ ଦାଖଲର ଶେଷ ସମୟ ରହିଥିଲା।
Ad..
ମୁରିବାହାଲ ବ୍ଲକର ଅନେକ ପୁରୁଣା ଟାଣୁଆ ନେତା ଏବେ ଏହି ତାଲିକାକୁ ଚାତକ ଭଳି ଚାହିଁ ରହିଛନ୍ତି। ବିଶେଷ କରି ୫୦ ପ୍ରତିଶତ ମହିଳା ସଂରକ୍ଷଣ ନିୟମ ଯୋଗୁଁ ଅନେକଙ୍କ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି।
Ad..
ଯେଉଁମାନେ ବର୍ଷ ବର୍ଷ ଧରି ରାଜନୀତି ଗୋଟି ଚାଳନା କରି ନିଜର ଗଡ଼ ରକ୍ଷା କରି ଆସିଥିଲେ ସେମାନେ ଏବେ ନିଜ ପରିବାରର ମହିଳା ସଦସ୍ୟଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ ଲୋକେ ଏଥର କେବଳ ପ୍ରତିଶ୍ରୁତି ନୁହେଁ ବରଂ କାମକୁ ଦେଖି ଭୋଟ୍ ଦେବାକୁ ମନ ବଳାଇଲେଣି।
ଦାଦନ ଶ୍ରମିକ ସମସ୍ୟା,ପାନୀୟ ଜଳ ଏବଂ ଗ୍ରାମୀଣ ଭିତ୍ତିଭୂମି ଭଳି ମୁଦ୍ଦାକୁ ନେଇ ଭୋଟରମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି ଗାଁ ଖଟିରେ। ଏପ୍ରିଲ ୩୦ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆହୁରି ଜୋରଦାର ହେବ।
ମୁରିବାହାଲ ବ୍ଲକର ପ୍ରତିଟି ପଞ୍ଚାୟତରେ ଏବେ ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ। ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏହି ଶୀତଳ ଯୁଦ୍ଧ ଏକ ବଡ଼ ରାଜନୈତିକ ଲଢ଼େଇର ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଅଛି।
Edited by k.s thakur...




