ନୂତନ ଅପରାଧିକ ଆଇନରେ ବଢ଼ୁଛି ଦଣ୍ଡବିଧାନହାର : ଡିଜିପି...

ନୂତନ ଅପରାଧିକ ଆଇନରେ ବଢ଼ୁଛି ଦଣ୍ଡବିଧାନହାର : ଡିଜିପି...


କଟକ,୧୮/୦୪(ନି.ପ୍ର): ୧ ଜୁଲାଇ ୨୦୨୪ ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଲାଗୁ ହୋଇଥିଲା। ଏହି ନୂତନ ଆଇନ ଲାଗୁ ହେବାର ୧ ବର୍ଷ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି। ଗୋଟିଏ ବର୍ଷ ଭିତରେ ଦଣ୍ଡ ବିଧାନ ହାର  ୮୭ ପ୍ରତିଶତରୁ ଅଧିକ ହୋଇପାରିଛି ବୋଲି ଡିଜିପି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। 

Ad..


କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ନ୍ୟାୟ ସଂହିତା ଆସିବା ପରେ ଜଘନ୍ୟ ଅପରାଧ ମାମଲାରେ ତଦନ୍ତକୁ ଶୀଘ୍ର ଶେଷ କରି ଦଣ୍ଡବିଧାନକୁ ତ୍ବରିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। 

    Ad..


ଗଲା ବର୍ଷକ ଭିତରେ, ରାଜ୍ୟରେ,  ୩୬୦ ମାମଲାରେ ତ୍ୱରିତ ଗତିରେ ତଦନ୍ତ ସରି ଦଣ୍ଡବିଧାନ ହୋଇଛି। ଏ ସବୁ ମାମଲାରେ ୭ ବର୍ଷ ରୁ ଅଧିକ ଦଣ୍ଡ ବିଧାନ କରାଯାଇଛି। ତିନିଟି ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଛି। ଅନେକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। 

     Ad..


ଅନେକ ମାମଲାରେ ୧୦ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ବିଧାନ କରାଯାଇଛି। ଦୋଷୀଙ୍କୁ ଧରିବା, ମାମଲାର ତଦନ୍ତ କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ  ଜିଲ୍ଲାରେ ତଦନ୍ତକାରୀ ଅଫିସର, ସୁପରଭାଇଶିଂ ଅଫିସର୍ ଏକ ସୁସଂଗଠିତ ଦଳ ଭାବେ କାମ କରିଥିବାରୁ ପୁଲିସ ମହାନିର୍ଦ୍ଦେଶକ ଧନ୍ୟବାଦ ଜଣାଇଛନ୍ତି। 

ଏହା ସହ, ୧୦ ଜିଲ୍ଲା ର ୨୭ ଟି ମାମଲାରେ  ତଦନ୍ତକୁ ଅଫିସର୍, ସୁପରଭାଇଜିଂ ଅଫିସର୍,, ପବ୍ଲିକ ପ୍ରସେକ୍ୟୁଟର, ଜିଲ୍ଲା ଏସପି ଙ୍କୁ ଦକାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଛି।୨୭ ଟି ମାମଲଲାରେ ତ୍ୱରିତ ପଦକ୍ଷେପ ନେଇ ଦଣ୍ଡବିଧାନ କରାଯାଇଥିବାରୁ ସେମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ପୋଲିସ ପଦାଧିକାରୀ ଉପସ୍ଥିତ ରହିଥିଲେ।




Edited by k.s thakur...

Post a Comment

Previous Post Next Post