ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜିରେ “ନାରୀ ଶକ୍ତି ବନ୍ଦନ ” କାର୍ଯ୍ୟକ୍ରମ ଆୟୋଜିତ...

ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜିରେ “ନାରୀ ଶକ୍ତି ବନ୍ଦନ ” କାର୍ଯ୍ୟକ୍ରମ ଆୟୋଜିତ...


କଣ୍ଟାବାଞ୍ଜି,୧୫/୦୪(ନି.ପ୍ର): ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜିରେ “ନାରୀ ଶକ୍ତି ବନ୍ଦନ"କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଶକ୍ତିଶ୍ରୀ କୋଷ ର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ରଶ୍ମି ରମିତା ମେହେର ଙ୍କ ଅଧକ୍ଷତା ରେ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ଆଜି ବୁଧବାର ଦିନ ଆୟୋଜିତ ହୋଇଥିଲା।

Ad..


ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କର ସଶକ୍ତିକରଣ, ସ୍ୱାଭିମାନ ବୃଦ୍ଧି ଓ ସମାଜରେ ନାରୀଙ୍କ ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କ ମନ୍ତବ୍ୟରେ ନାରୀ କେବେ ଅବଳା କିମ୍ବା ଦୁର୍ବଳା ନଥିଲା କିନ୍ତୁ ଅବହେଳିତ ଥିଲା।

    Ad..

କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନାରୀ ଙ୍କୁ ସମ୍ମାନ ଦେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କୁ ହାତକୁ ନେଇଛନ୍ତିଲା ଏଥିପାଇଁ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତପ୍ତରତା ର ସହ ପ୍ରତେକ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶକ୍ତିଶ୍ରୀ କୋଷ ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି।

କେନ୍ଦ୍ର ସରକାର ମଧ୍ୟ ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ସଂସଦ ର ଏକ ବିଶେଷ ସତ୍ର ଡକାଇଛନ୍ତି ଓ ଲୋକସଭାର ସଦସ୍ୟ ସଂଖ୍ୟା 875 କୁ ବୃଦ୍ଧି କରି, ପ୍ରାୟ ଏକତୃତୀୟାଂଶ ଆସନ(ପାଖାପାଖି 275)ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ଯାଉଛନ୍ତି ଯଦ୍ୱାରା ମହିଳାମାନେ ସମସ୍ତ କ୍ଷେତ୍ରରେ ତାଙ୍କର ସହାଭାଗିତା ଯୋଗାଇବେ ଏବଂ ଏହା ଦ୍ୱାରା ଓଡିଶାକୁ 2036 ଓ ଭାରତକୁ 2047 ରେ ବିକଶିତ ରାଜ୍ୟ ଓ ରାଷ୍ଟ୍ରରେ ପରିଣତ କରିବାର ସପ୍ନକୁ ସାକାର କରାଯାଇପାରିବ ବୋଲି ଶ୍ରୀ ପୁରୋହିତ ମତ ପ୍ରକାଶ କରିଛନ୍ତି।

ଏହି ଅବସରରେ ଭାଷଣ, ଚର୍ଚ୍ଚା, ସାଂସ୍କୃତିକ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରୀମାନେ ବହୁତ ଉତ୍ସାହର ସହ ଭାଗ ନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ତଥା ଶକ୍ତିଶ୍ରୀ ସାଥୀ ଛାତ୍ରୀ ଅବନ୍ତିକା ଜୈଶବାଲ ଓ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।

ଶେଷରେ, କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅଧ୍ୟାପିକା ଶ୍ରୀମତୀ ସୁନନ୍ଦା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲେ । “ଶକ୍ତିଶ୍ରୀ” କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ସହିତ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି।



Edited by k.s thakur...

Post a Comment

Previous Post Next Post