ମୁରିବାହାଲ ବ୍ଲକ୍ ସ୍ତରୀୟ “ଆମ ରୁଚି ଆମ ଖାଦ୍ୟ “କାର୍ଯ୍ୟକ୍ରମ ଅନୁଷ୍ଠିତ...
ମୁରିବାହାଲ,୧୫/୦୪(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପରିସର ରେ ୧ ଏପ୍ରିଲ ତଥା ଓଡ଼ିଶା ଦିବସରୁ ୧୪ ଏପ୍ରିଲ “ପଣା ସଂକ୍ରାନ୍ତି” ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳନ କରିବା ଅବସରରେ ମୁରିବାହାଲ ବ୍ଲକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Ad..
ଏହି ଅବସରରେ ବ୍ଲକ୍ ସ୍ତରରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳର ସଫେଇ, ପରିମଳ ବ୍ୟବସ୍ଥା ସହିତ ମାଲ୍ୟାର୍ପଣ, ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡ଼ିକର ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ, ଓଡ଼ିଆରେ ନାମଫଳକ ଅଭିଯାନ-ସଚେତନତା ପଦଯାତ୍ରା, ଶୋଭାଯାତ୍ରା...
Ad..
ଆସ ବହିଟିଏ କିଣିବା, ରକ୍ତଦାନ, ଲୋକକଳାର ପ୍ରଚାର ପ୍ରସାର, ସାହିତ୍ୟ ସମ୍ମିଳନୀ, ଓଡ଼ିଆ ନବବର୍ଷ ପାଳନ, ହୁଳହୁଳି, ଝୋଟି, ଚିତା, ମୁରୁଜ, ପାରମ୍ପରିକ ପିଠାପଣା ପ୍ରତିଯୋଗୀତା ଭଳି ଅନେକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି ।
ଏହି ପରିପ୍ରେକ୍ଷୀରେ ଗତକାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁରିବାହାଲ ପରିସରରେ ବ୍ଲକ ସ୍ତରୀୟ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ଵ କରିଥିଲେ ।
ଏଥିରେ ମୁଖ୍ୟଅତିଥି ଭାବେ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା ,ସମ୍ମାନିତ ଅତିଥି ରୂପେ ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ବିଧାୟକ ପ୍ରତନିଧି ଗଙ୍ଗାଧର ହେର୍ଣ୍ଣା, ସଦର ପଞ୍ଚାୟତ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଜିପିଡିଓ ପ୍ରସନ୍ନ ନାଗ, ବି.ପି.ଏମ୍ ଗୋପାଳକୃଷ୍ଣ ଦୀପ, ବି.ଏସ୍.ଏସ୍.ଓ ରିଙ୍କୁ ମେହେର ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ଆମ ସଂସ୍କୃତି ବେଶଭୂଷା, ଚାଲିଚଳଣୀ, ଲୋପ ପାଇଯାଉଥିବା ପରମ୍ପରା ଖାଦ୍ୟ, ଭେଷଭୁଷାକୁ ପୁଣି କେମିତି ଉଦ୍ଧାର କରାଯାଇ ରୋଗମୁକ୍ତ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ।
“ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମରେ ମାଣ୍ଡିଆ ଲଡ଼ୁ, ଆରିସା ପିଠା, ରୂଖା ପିଠା, ମାଣ୍ଡିଆ ଗୁଡ଼ ତିଖିରି, ମାଣ୍ଡିଆ ଚିନି ତିଖିରି, ମୁଗ ବରା, ବିନା ତେଲରେ ମଣ୍ଡା ପିଠା , ରାଶୀ ଲଡ଼ୁ, ମାଣ୍ଡିଆରେ ତିଆରି ଗଜା, ବାଲସେଓ, ଲବଙ୍ଗ ଲତା, ସୁଜି ପିଠା, ରସ ବଡା, ମାଣ୍ଡିଆ କେକ୍ , ମାଣ୍ଡିଆ ଲଡ଼ୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ।
ଅତିଥି ବୃନ୍ଦ ଷ୍ଟଲ ପରିଦର୍ଶନ କରିବା ସହିତ ଷ୍ଟଲରେ ପ୍ରଦର୍ଶିତ ବିଭିନ୍ନ ପ୍ରକାର ଓଡ଼ିଆ ପାରମ୍ପାରିକ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଙ୍ଗନ୍ ୱାଡ଼ି ୱାର୍କର, ସି.ଆର୍.ପି, ଏମ୍.ବି.କେ ପ୍ରମୁଖ ସହଯୋଗ କରିଥିଲେ। ବି.ପି.ଏମ୍ ଶ୍ରୀ ଦୀପ ମଞ୍ଚ ସଂଚାଳନ କରିଥିବା ବେଳେ ବି.ଏସ୍.ଏସ୍.ଓ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
Report : shankar majhi
Edited by k.s thakur...



