ବେଆଇନ ବନ୍ଧୁକ କାରବାର : ୫ ପିସ୍ତଲ ,୨୦ ଅଫୁଟା ଗୁଳି ସହ ୩ ଗିରଫ... ଝାରସୁଗୁଡା,୨୯/୦୪(ନି.ପ୍ର): ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ପୁଲିସକୁ ମଙ୍ଗଳବାର...
ବେଆଇନ ବନ୍ଧୁକ କାରବାର : ୫ ପିସ୍ତଲ ,୨୦ ଅଫୁଟା ଗୁଳି ସହ ୩ ଗିରଫ...
ଝାରସୁଗୁଡା,୨୯/୦୪(ନି.ପ୍ର): ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ପୁଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ଏକ ବଡ଼ ଅପରାଧିକ ଯୋଜନାକୁ ପଣ୍ଡ କରିଛି। ୫ଟି ପିସ୍ତଲ, ୨୦ଟି ଅଫୁଟା ଗୁଳି, ଗୋଟିଏ ବାଇକ୍ ସହ ଜଣେ ବନ୍ଧୁକ ବେପାରୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି।
Ad..
ଗିରଫହୋଇଥିବା ଅଭିଯୁକ୍ତମାନେ ହେଲେ, ବ୍ରଜରାଜନଗର ଥାନା ଅନ୍ତର୍ଗତ ତେଲେନପାଲିର ସନ୍ତୋଷ ଖେଡ଼କର (୩୬), ଓ ପି ଏମ୍ କଲୋନୀର ବିଶାଳ ବାଗ(୩୦) ଓ ଲମଟିବାହାଲର ମୁଖ୍ୟ ସପ୍ଲାୟର ବଣ୍ଟି ପ୍ରସାଦ (୩୪)।
Ad..
ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ, 'ଅପରେସନ୍ ନେତ୍ର’ ଅଭିଯାନ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା। ଏକ ବଡ଼ଧରଣର ବନ୍ଧୁକ କାରବାରର ସୂଚନା ମିଳିଥିଲା।
Ad..
ବ୍ରଜରାଜନଗର ଆଇଆଇସିଙ୍କ ତତ୍ୱାବଧାନରେ ପ୍ରଭାକର ପାତ୍ର, ପୂର୍ଣ୍ଣିମା ଓରାମ, ଅଭୟ ମହାନ୍ତିଙ୍କୁ ନେଇ ଏକ ଟିମ୍ ପୂର୍ବାହ୍ଣରେ ପି ଏମ୍ ଶିବ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ। ସନ୍ତୋଷ ଓ ବିଶାଳ ନିକଟରୁ ଅଫୁଟା ଗୁଳି ଭର୍ତ୍ତି ୪ଟି ପିସ୍ତଲ ଜବତ କରାଯାଇଥିଲା।
Ad..
ପରେ ପଚାରଉଚରାରେ ସେମାନେ ଏହି ପିସ୍ତଲ ବଣ୍ଟି ଠାରୁ ପ୍ରତ୍ୟେକକୁ ୫୦ ହଜାର ଟଙ୍କା ଦେଇ କିଣିଥିବା କହିଥିଲେ। ବଣ୍ଟିକୁ ପୋଲିସ ଗିରଫ କରିବା ସହ ତା ନିକଟରୁ ଗୋଟିଏ ପିସ୍ତଲ ଜବତ କରିଛି। ପୂର୍ବ ଶତ୍ରୁତା ଯୋଗୁଁ ଜଣଙ୍କୁ ହତ୍ୟା କରିବାକୁ ଏହି ବନ୍ଧୁକ କିଣିଥିବା ସେମାନେ କହିଛନ୍ତି।
ଏନେଇ ବ୍ରଜରାଜନଗର ଥାନା କେସ ନମ୍ବର ୯୫ ତାରିଖ: ୨୮.୦୪.୨୦୨୬ ଧାରା ୧୧୧(୪) ବିଏନ୍ଏସ୍ଆର/ଡବ୍ଲୁ ଧାରା-୨୫(୧)/ ୨୫(୧ବି)(କ)/୨୫(୭)/୨୯ ଆର୍ମସ୍ ଆକ୍ଟ ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଧବଳେଶ୍ବର ସାହୁ ସୂଚନା ଦେଇଛନ୍ତି।
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ: ବନ୍ଧା ହେଲେ ୪ ଅଭିଯୁକ୍ତ ବିହାରରୁ ବୈଶାଳୀ ଜିଲ୍ଲାରୁ ଉଚ୍ଚମାନର ଦେଶୀ ନିର୍ମିତ ବନ୍ଧୁକ ବଣ୍ଟି ଆଣୁଥିବା ଓ ସନ୍ତୋଷ ଖେଡକର ଏବଂ ବିଶାଲ ବାଗଙ୍କୁ ପ୍ରତି ପିସ୍ତଲ ପିଛା ୫୦ ହଜାର ଟଙ୍କା ଦରରେ ଏହି ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯାଇଥିଲା।
ସନ୍ତୋଷ ନାମରେ ୮ ଟି, ବଣ୍ଟି ନାମରେ ୯ ଟି ଓ ବିଶାଳ ନାମରେ ୧୪ ଗୋଟି ମାମଲା ଥିବା ପୁଲିସ କହିଛି।ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍ଡ଼ିପିଓ ଚିନ୍ତାମଣି ପ୍ରଧାନ, ଆଇଆଇସି ଧବଳେଶ୍ବର ସାହୁ, ଅତିରିକ୍ତ ଆଇଆଇସି ପୂର୍ଣ୍ଣିମା ଓରାମ,ଏସ୍ ଆଇପ୍ରଭାକର ପାତ୍ର ଓ ଏଏସ୍ ଆଇ ଅଭୟ ମହାନ୍ତି ଉପସ୍ଥିତ ଥିଲେ।
Edited by k.s thakur...






No comments