୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର; କାଠଯୋଡ଼ି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍...

୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର; କାଠଯୋଡ଼ି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍...


ଭୁବନେଶ୍ଵର,୨୩/୦୪(ନି.ପ୍ର): ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।

Ad..


ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ସମେତ କ୍ୟାବିନେଟ ର ଅନ୍ୟ ସମସ୍ତ ମନ୍ତ୍ରୀ ଗଣ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ।ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ୮ଟି ବିଭାଗର ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।

   Ad..


ଏହି ନିଷ୍ପତ୍ତି ଗୁଡ଼ିକ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ।କ୍ୟାବିନେଟ୍‌ର ଅନ୍ୟତମ ବଡ଼ ନିଷ୍ପତ୍ତି ହେଉଛି କାଠଯୋଡ଼ି ନଦୀ ଉପରେ ଏକ ନୂଆ ବ୍ରିଜ୍ ନିର୍ମାଣ। 

Ad..


କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟାତ ଭାର ଦିନକୁ ଦିନ ବଢ଼ୁଥିବାରୁ ଏହି ନୂଆ ବ୍ରିଜ୍ ଟ୍ରାଫିକ୍ ସମସ୍ୟା କମାଇବା ସହ ଯାତାୟାତ ସମୟ ବି ହ୍ରାସ କରିବ। ବ୍ରିଜ୍ ନିର୍ମାଣ ଦ୍ୱାରା କଟକ, ଚୌଦ୍ୱାର, ଜଗତପୁର ଅଞ୍ଚଳର ଲୋକେ ଉପକୃତ ହେବେ।



Edited by k.s thakur...

Post a Comment

Previous Post Next Post