କେନ୍ଦୁଝର ପୁଲିସକୁ ବଡ ସଫଳତା,୨୦ ଗଞ୍ଜେଇ ମାଫିଆ ଗିରଫ...

କେନ୍ଦୁଝର ପୁଲିସକୁ ବଡ ସଫଳତା,୨୦ ଗଞ୍ଜେଇ ମାଫିଆ ଗିରଫ...


ଆନନ୍ଦପୁର,୨୩/୦୪(ନି.ପ୍ର):କେନ୍ଦୁଝର ପୁଲିସକୁ ବଡ ସଫଳତା।  ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ  ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଘସିପୁରା ଓ ରାମଚନ୍ଦ୍ରପୁର ପୁଲିସ।

        Ad..


ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ  ୯ କେଜି  ୪୫୦ ଗ୍ରାମର ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି ପୁଲିସ।ବୁଧବାର ଦିନ ଘସିପୁରା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ଯେ।

     Ad..


ଓଡ଼ିଶା ସରକାରଙ୍କ ପକ୍ଷରୁ ଚୋରା ନିଶା କାରବାର ରୋକିବା ପାଇଁ ସାରା ରାଜ୍ୟରେ  ଅଭିଯାନ ଜୋରଦାର ଚାଲିଥିବା ବେଳେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ର ସମସ୍ତ ପୁଲିସ ବାହିନୀ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ଜଣା ପଡ଼ିଛି ।

Ad..


ଗତ ୨୧ତାରିଖ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ପୁଲିସ ବାହିନୀ ଭଗାନଈ ଠାରେ କୋଡ଼ପଡ଼ାର ହରେକୃଷ୍ଣ ଓଝା ଓ ବୁଢିକୁଦର ଶୁକଦେବ ନାଇକକୁ ଗିରଫ କରି ତାଙ୍କ ଠାରୁ ୪୦କେ.ଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋଟରସାଇକେଲ ଓ ୩ଟି ମୋବାଇଲ ଜବଦ କରିଛନ୍ତି।



Edited by k.s thakur...

Post a Comment

Previous Post Next Post