ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ; ୧୦ ଗିରଫ...

ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ; ୧୦ ଗିରଫ...


ଯାଜପୁର,୨୦/୦୪(ନି.ପ୍ର): ବ୍ୟାସନଗର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଓ ଜମି ମାଲିକଙ୍କ ସମେତ ୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ। ୭ ଟ୍ରାକ୍ଟର ଓ ୨ଜେସିବି ମେସିନ ଜବତ। 

Ad..


କିନ୍ତୁ ଅଭିଯୁକ୍ତକୁ ନପାଇ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର।ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମାଟି ବୋଝେଇ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ। ଘଟଣାରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

    Ad..


ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ଏସଡିପିଓ ଶରତ କୁମାର ପାତ୍ର। ତୁଳତୀ ସର୍କଲ ରାଜସ୍ବ ନିରୀକ୍ଷକ ଇତିଶ୍ରୀ ସେନାପତିଙ୍କ ଲିଖିତ ରିପୋର୍ଟ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା ପୁଲିସ। 

      Ad..


ତଦନୁଯାୟୀ ଗତ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ବ୍ୟାସନଗର ତହସିଲଦାରଙ୍କ ସହ କ୍ଷେତ୍ର ପରିଦର୍ଶନ ପାଇଁ ଫଜଲପୁର ମୌଜାକୁ ଯାଉଥିଲେ। ମିନା ବଜାର ନିକଟ ପ୍ଲଟ୍ ନମ୍ବର–୪୫୯ରେ ୨ଟି ଜେସିବି ମେସିନ୍ ଓ ୭ଟି ଟ୍ରାକ୍ଟର ଦ୍ୱାରା ଅବୈଧ ମାଟି ଖନନ ଓ ପରିବହନ ହେଉଥିବା ଦେଖିବାକୁ ପାଇଥିଲେ। 

ସେମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସେଠାରେ ଥିବା ଲୋକମାନଙ୍କୁ ମାଟି ଖନନ ସମ୍ପର୍କିତ ବୈଧ ଡକ୍ୟୁମେଣ୍ଟ ଦେଖାଇବାକୁ କହିଥିଲେ। ଏହି ସମୟରେ ହଠାତ୍ ଗୋଟିଏ ଜେସିବି ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲା। 

ଏହି ସମୟରେ ଗୋଟିଏ ଟ୍ରାକ୍ଟର ତିବ୍ର ଗତିରେ ତାଙ୍କ ଦିଗକୁ ମାଡି ଆସିଥିଲା। ତହସିଲଦାରଙ୍କ ଉପରେ ମାଡିଯିବା ଫଳରେ ସେ ଭୂମି ଉପରେ ପଡ଼ିଯାଇଥିଲେ ଓ ସେହି ଟ୍ରାକ୍ଟର ତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଚାପି ଦେଇ ପଳାଇଯାଇଥିବା ଅଭିଯୋଗ ଦର୍ଶାଯାଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପାଦ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଆଘାତ ଲାଗିଥିଲା।



Edited by k.s thakur...

Post a Comment

Previous Post Next Post