Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଶିଳ୍ପୀ ଓ ବୁଣାକାରମାନେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ...

ଶିଳ୍ପୀ ଓ ବୁଣାକାରମାନେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ... ଭୁବନେଶ୍ଵର, ୨୮/୦୪(ବ୍ୟୁରୋ) : ଭାରତର ପ୍ରତିଟି ସୂତା ଏବଂ ରଙ୍ଗ ମଧ୍ୟରେ ଆମ ...

ଶିଳ୍ପୀ ଓ ବୁଣାକାରମାନେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ...


ଭୁବନେଶ୍ଵର, ୨୮/୦୪(ବ୍ୟୁରୋ) : ଭାରତର ପ୍ରତିଟି ସୂତା ଏବଂ ରଙ୍ଗ ମଧ୍ୟରେ ଆମ ଶିଳ୍ପୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ବହୁ ପୁରାତନ ପରମ୍ପରା ଲୁଚି ରହିଛି। ସେମାନେ କେବଳ କାରିଗର ନୁହନ୍ତି, ବରଂ ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରକୃତ ବାହକ। 

Ad..


ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    Ad..


ଆରଏସବି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘କୃଷ୍ଣ’ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଭାରତର 'ବିଭିନ୍ନତା ମଧ୍ୟରେ ଏକତା'ର ପ୍ରତିଫଳନ । 

Ad..


ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆମ ବୁଣାକାର ଓ ଶିଳ୍ପୀମାନଙ୍କର ସେହି ଅସାଧାରଣ କଳାକୃତିକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ଦେବାର ଏକ ସଶକ୍ତ ମାଧ୍ୟମ । 

Ad..


ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ଓ ଇକତ ବୁଣାକାରଙ୍କ ଧୈର୍ଯ୍ୟ ଓ କଳାକୁ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ।ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ । 

ପୂର୍ବ ଭାରତର ବିକାଶ ହେଲେ ହିଁ ସମଗ୍ର ଭାରତର ବିକଶ ହେବ । ସେହିପରି ବର୍ତ୍ତମାନ ସମୟରେ ଏହି କାରିଗରୀକୁ ଇ-କମର୍ସ ପ୍ଲାଫର୍ମରେ ଅଧିକ ଯୋଡିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । 

ସେ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବ ଯେଉଁଠାରେ ଆମର ବୁଣାକାରମାନେ ଇ-କମର୍ସ ଏବଂ ଓଏନଡିସି ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହୋଇପାରିବେ। ସେ ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଅପିଲ କରିଥିଲେ।



Edited by k.s thakur...

No comments