ପୁଣି ମହାପ୍ରଭୁଙ୍କ ପରମ୍ପରାକୁ ଅବମାନନା ; ଅଦିନରେ ରଥଯାତ୍ରା କରିବା ନେଇ ଇସ୍କନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ପୁଣି ମହାପ୍ରଭୁଙ୍କ ପରମ୍ପରାକୁ ଅବମାନନା ; ଅଦିନରେ ରଥଯାତ୍ରା କରିବା ନେଇ ଇସ୍କନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...


ପୁରୀ,୧୯/୦୪(ନି.ପ୍ର): ପୁଣି ମହାପ୍ରଭୁଙ୍କ ପରମ୍ପରାକୁ ଅବମାନନା କଲା ଇସ୍କନ୍। ଅଦିନରେ ରଥଯାତ୍ରା କରିବା ନେଇ ଇସ୍କନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। 

Ad..


ତେବେ ଆଜି ଆମେରିକାର ଟେକ୍ସାସ ଓ ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ୍ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିବା ଦେଖିବାକୁ ମିଳିଛି। ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନ କୁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଅବଗତ କରୁଥିଲେ ମଧ୍ୟ...

     Ad..


ଭାରତ ବାହାରେ ଇସ୍କନ୍ ଅଦିନିଆ ରଥଯାତ୍ରା ପାଳନ କରିବାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗତକିଛି ଦିନ ପୂର୍ବେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। 

      Ad..


ଏପରି କାର୍ଯ୍ୟ ନକରିବା ପାଇଁ ଇସ୍କନ୍ କୁ ଚିଠି ଦ୍ବାରା ଅବଗତ କରାଯାଇଥିଲା। ଶାସ୍ତ୍ରୀୟ ମତ ଅନୁସାରେ ଏହା ପରମ୍ପରା ବିରୋଧି ବୋଲି ଇସ୍କନ୍ କୁ କୁହାଯାଇଛି। ତେବେ ଭାରତ ଭିତରେ ଇସ୍କନ ତିଥି ଅନୁସାରେ ରଥଯାତ୍ରା ଆୟୋଜନ କରୁଥିବା ବେଳେ ଭାରତ ବାହାରେ ଏହାକୁ ମାନୁନାହିଁ। 

ବର୍ଷ ତମାମ ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି ଇସ୍କନ୍। କେବଳ ଜଗନ୍ନାଥ ଙ୍କୁ ମାନୁଥିବା ନେଇ ଦାବି କରୁଥିବା ଇସ୍କନ୍ ସଂସ୍ଥା ମହାପ୍ରଭୁଙ୍କ ପରମ୍ପରା କୁ ଅଣଦେଖା କରିବା ଠିକ୍ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଅଦିନିଆ ରଥଯାତ୍ରା ରୁ ଇସ୍କନ୍ ନିବୃତ ରହିବାକୁ ପୁନର୍ବାର ଅନୁରୋଧ କରିଛନ୍ତି ସେବାୟତ ଓ ମୁଖ୍ୟ ପ୍ରଶାସକ।



Edited by k.s thakur...

Post a Comment

Previous Post Next Post