କପିଲାଭଟା ରେ ଆସୁନି ୫-ଜି ନେଟୱର୍କ ; ଗ୍ରାହକ ହଇରାଣ...

କପିଲାଭଟା ରେ ଆସୁନି ୫-ଜି ନେଟୱର୍କ ; ଗ୍ରାହକ ହଇରାଣ...


ବଙ୍ଗୋମୁଣ୍ଡା,୧୦/୦୪ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଆସୁନି ୫-ଜି ନେଟୱର୍କ ଆସୁନଥିବାରୁ ଗ୍ରାହକ ମାନେ ହଇରାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Ad..


କପିଲାଭଟା ପଞ୍ଚାୟତ ହେଡ କ୍ୱାଟର ହୋଇଥିବା ବେଳେ ୫-ଜି ନେଟୱର୍କ ଆସୁନଥିବାରୁ ବିଭିନ୍ନ ସମୟ ରେ ଗ୍ରହଜ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ପ୍ରକୃତ ରେ ଗ୍ରାମାଞ୍ଚଳ ରେ ତାହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି ।

   Ad..


ଏବେ ସବୁ କାର୍ଯ୍ୟ ରେ ଇଣ୍ଟରନେଟ ର କାମ ପଡୁଥିବା ବେଳେ ୫-ଜି ନେଟୱାର୍କ ରହୁନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ହେଉଥିବା ଦେଖିବାକୁ ମିଳିଛି । ଯେଉଁ କାମ ୫ ମିନିଟ ରେ ହେବା କଥା ତାହା ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ଦେଖିବାକୁ ମିଳିଛି । 

ବିଭିନ୍ନ ସମୟ ରେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ସ୍ୱାଧୀନତା ର ଅନେକ ବର୍ଷ ପରେ ମଧ୍ୟ ନେଟୱର୍କ ଠିକ ଭାବେ ଆସୁନଥିବାରୁ ବିଭିନ୍ନ ଅନଳାଇନ କାମ ହୋଇ ପାରିନାହିଁ। 

କପିଲାଭଟା ଗାଁରେ ଜିଓ କିମ୍ବା ଏୟାରଟେଳ କମ୍ପାନୀ ପକ୍ଷରୁ ୫-ଜି ନେଟୱାର୍କ ଉପଲବ୍ଧ କରିବା ପାଇଁ ମାଁ ସାହାଜି ଯୁବକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ ଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି। ଆଗାମୀ ଦିନରେ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post